ଖୋଲିଲା ନନ୍ଦନକାନନ

ଭୁବନେଶ୍ୱର : ବାତ୍ୟାର ଦୀର୍ଘ ୧୯ ଦିନ ପରେ ଆଜି ଖୋଲିଛି ନନ୍ଦନକାନନ । କେବଳ ସେତିକି ନୁହେଁ ନନ୍ଦନକାନନ ସଂଲଗ୍ନ ବଟାନିକାଲ ଗାର୍ଡେନ ମଧ୍ୟ ଆଜିଠାରୁ ଖୋଲା ରହିବ ।

ବାତ୍ୟା ଫନି ପରେ ସବୁ କିଛି ଏକପ୍ରକାରର ଅସ୍ତବ୍ୟସ୍ତ ହୋଇ ପଡିଥିଲା । ବାତ୍ୟାରେ ବହୁ ଗଛ ସବୁ କ୍ଷତିଗ୍ରସ୍ତ ହୋଇଯାଇଛି । ତେବେ ଫନିର ପ୍ରଭାବରୁ ନନ୍ଦନକାନନ ବର୍ତିପାରି ନାହିଁ । ଏହାର ପ୍ରଭାବରେ ନନ୍ଦନକାନନ, ବଟାନିକାଲ ଗାର୍ଡେନ କ୍ଷତିଗ୍ରସ୍ତ ହୋଇଥିଲା । ତେବେ ଏନଡିଆରଏଫ ଏବଂ ଓଡିଆରଏଫର ମିଳିତ ପ୍ରୟାସରେ ଏବେ ସ୍ଥିତିର ସୁଧାର ଆସିଛି । ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ ଖୋଲିଛି ।