ଆଜିଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିଲା ନନ୍ଦନକାନନ

ଭୁବନେଶ୍ୱର: ଆଜିଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିଛି ନନ୍ଦନକାନନ । ତେବେ କରୋନା ପାଇଁ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିଛନ୍ତି କର୍ତ୍ତୃପକ୍ଷ । ଗାଇଡ ଲାଇନ ଗୁଡିକୁ କଡାକଡି ପାଳନ କରିବା ପାଇଁ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ପକ୍ଷରୁ କୁହାଯାଇଛି । ପର୍ଯ୍ୟଟକ, କର୍ମଚାରୀ ଓ ଜୀବଜନ୍ତୁଙ୍କ ସୁରକ୍ଷା ନିମନ୍ତେ ସବୁ ରକମର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି । ଅନଲାଇନରେ ଟିକେଟ ବୁକିଂରୁ ଅଧିକ ପ୍ରାଧାନ୍ୟ ଦିଆଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି । ଯେଉଁ ପର୍ଯ୍ୟଟକଙ୍କ ପାଖରେ କାଶ, ଜ୍ୱର, ଥଣ୍ଡ ପରି ଲକ୍ଷଣ ଥିବ ସେମାନଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ । ସମସ୍ତ ପର୍ଯ୍ୟଟକଙ୍କୁ ଥର୍ମାଲ ସ୍କ୍ରିନ ଦେଇ ଯିବାକୁ ପଡିବ ।

ସମସ୍ତ ପର୍ଯ୍ୟଟଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି । ଚିଡିଆଖାନା ପରିସରରେ ସମାଜିକ ଦୂରତା ପାଳନ କରିବା ସହ ବ୍ୟାରିକେଡ ଗୁଡିକୁ ଛୁଇଁବାକୁ ବାରଣ କରାଯାଇଛି ।୬୫ ବର୍ଷରୁ ଅଧିକ ବୟସ୍କଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ । ସେହିପରି ପ୍ରାଣୀ ଉଦ୍ୟନ ପରିସରେ ପାନ, ଗୁଡକା, ଖଇନକୁ ବାରଣ କରାଯାଇଛି । ପର୍ଯ୍ୟଟକଙ୍କ ଉପଯୋଗ ପାଇଁ ମଧ୍ୟ ବିଭିନ୍ନ ସ୍ଥାନରେ ସାନିଟାଇଜର ରଖାଯିବ । ପ୍ରାଣୀ ଉଦ୍ୟାନ ଖୋଲିଥିବା ବେଲେ ପିକନିକ ପାଇଁ ଅନୁମତି ଦିଆଯାଇ ନାହିଁ ।