ଅକ୍ଟୋବର ୪ରୁ ଖୋଲିବ ନନ୍ଦନକାନନ

ଭୁବନେଶ୍ୱର: ଦୀର୍ଘ ଦିନ ପରେ ପୁଣି ପର୍ଯ୍ୟଟକଙ୍କ ପାଇଁ ଖୋଲିବ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ । ୭ ମାସ ପାଇଁ ନନ୍ଦନକାନନ ବନ୍ଦ ରହିଥିବା ବେଳେ ଆସନ୍ତା ମାସ ୪ ତାରିଖରେ ପୁଣି ଖୋଲିବାକୁ ଯାଉଛି ନନ୍ଦନକାନନ ।

କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା ପରେ ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀ ବନ୍ଦ ରହିଥିଲା । ଓଡିଶାର ଅନ୍ୟତମ ପ୍ରାଣୀ ଉଦ୍ୟାନ ତଥା ନନ୍ଦନକାନନ ଆସନ୍ତା ଅକ୍ଟୋବର ୪ ତାରିଖରେ ସାଧାରଣ ଦର୍ଶକଙ୍କ ପାଇଁ ଖୋଲା ରହିବ । ଏନେଇ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ଅନଲାଇନ ମାଧ୍ୟମରେ ଟିକେଟ କରିପାରିବେ । କୋଭିଡ ପାଇଁ ସମସ୍ତ ନିୟମ ପାଳନ କରିବା ସହ ସାମାଜିକ ଦୂରତା ବଜାୟ ରଖିବାକୁ ବାଧ୍ୟତାମୂଳକ ରହିଛି।

ସେହିପରି ସମସ୍ତ ପର୍ଯ୍ୟଟକମାନେ ମାସ୍କ ପିନ୍ଧିବା ଆବଶ୍ୟକ ଭଳି ନିୟମ କଡ଼ାକଡ଼ି କରାଯାଇଛି । ସୂଚନା ଅନୁଯାୟୀ କୋରୋନା ପାଇଁ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ ବନ୍ଦ ରହିଥିଲା । ହେଲେ ଆସନ୍ତା ୪ ଅକ୍ଟୋବରରେ ଖୋଲିବା ନେଇ ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।