ତେଲ ନଦୀରେ ବୁଡି ତିନି ଶିଶୁ ମୃତ

ନବରଙ୍ଗପୁର: ତେଲ ନଦୀରେ ବୁଡି ପ୍ରାଣ ହରାଇଲେ ତିନି ଶିଶୁ । ଏହି ଦୁଃଖଦ ଘଟଣାଟି ଘଟିଛି ତୋହରା ଅଂଚଳରେ । ମୃତକଙ୍କ ଭିତରେ ଦୁଇ ଜଣ ଝିଅ ଥିବା ବେଳେ ଜଣେ ପୁଅ ରହିଛନ୍ତି । ଏମାନଙ୍କ ବୟସ ୩ରୁ ୬ ବର୍ଷ ମଧ୍ୟରେ ।

ସୂଚନାଯୋଗ୍ୟ ଯେ, ଏହି ଶିଶୁମାନେ ଆଜି ନଦୀକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ବୁଡି ଯାଇଥିଲେ । ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ତେବେ ନ ମିଳିବାରୁ କାଳେ ନଦୀରେ ବୁଡି ଯାଇଥିବେ ସେ ନେଇ ସନ୍ଦେହ କରି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।

ଅଗ୍ନିଶମ ବିଭାଗ ପହଞ୍ଚିବା ପରେ ନଦୀରୁ ତିନି ଶିଶୁଙ୍କ ମୃତଦେହ ଉଦ୍ଧାର କରିଥିଲା । ଏହି ଘଟଣା ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି ।