ଦୁର୍ଘଟଣାରେ ପୀଡ଼ିତ ହୋମଗାର୍ଡଙ୍କୁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ସୋର ଥାନାରେ କାର୍ଯ୍ୟରତ ଓ ଟ୍ରେନ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ହୋମଗାର୍ଡଙ୍କୁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ଘୋଷଣା କରିଛନ୍ତି । ପ୍ରକାଶ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାଲେଶ୍ୱର ଗସ୍ତରେ ଡ୍ୟୁଟି କରିବାକୁ ଟ୍ରେନ୍ରେ ଯାଉଥିବା ସମୟରେ ନଟବର ନାୟକଙ୍କ ଦୁଇଗୋଡ କଟିଯାଇଥିଲା । ହୋମଗାର୍ଡ ଜଣଙ୍କ ସୋରରୁ ନୀଳଗିରି ଷ୍ଟେସନରେ ବାଲେଶ୍ୱର ଅଭିମୁଖେ ଯାତ୍ରା କରିବା ପାଇଁ ଟ୍ରେନ୍ରେ ଚଢ଼ୁଥିବା ସମୟରେ ଖସି ପଡ଼ିଥିଲେ । ଫଳରେ ତାଙ୍କ ଉପରେ ଟ୍ରେନ୍ଟି ଚଢ଼ିଯିବା ଫଳରେ ସେ ଏଭଳି ଦୁର୍ଘଟଣାର ଶିକାର ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତି କରାଯାଇଛି । ଏହାପରେ ବାଲେଶ୍ୱର ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ତାଙ୍କର ସମସ୍ତ ଚିକିତ୍ସା ମାଗଣାରେ କରିବା ସହିତ ଖୁବ୍ଶୀଘ୍ର ସ୍ୱାସ୍ଥ୍ୟବାନ୍ ହେବା ପାଇଁ କାମନା କରିଛନ୍ତି । ଏଥିସହିତ ତାଙ୍କୁ ଏକଲକ୍ଷ ଟଙ୍କାର ସହାୟତା ଯୋଗାଇ ଦେବାପାଇଁ ଘୋଷଣା ମଧ୍ୟ କରିଛନ୍ତି ।