ମାଲକାନଗିରି : ମାଲକାନଗିରି ପଞ୍ଚାୟତ ସମିତି ବୈଠକ ପଞ୍ଚାୟତ ସମିତି ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି ,ମାଲକାନଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷ ଅକ୍ଷୟ କୁମାର ନାୟକଙ୍କ ଅଧ୍ୟକ୍ଷତା କରିଥିବା ବେଳେ ସଭା ପରିଚାଳନା କରିଥିଲେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଜୟ କୁମାର ପ୍ରଧାନ ,ଆଜିର ସମିତି ବୈଠକରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ପୂର୍ବତନ କେବିନେଟ୍ ମନ୍ତ୍ରୀ ତଥା ନବରଙ୍ଗପୁର ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ ଯୋଗ ଦେଇ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଏମ୍ .ଜି .ଏନ. ଆର .ଯିଏ ,କୃଷି ,ଉଦ୍ୟାନ ପ୍ରାଣୀଧନ ,ସାଧାରଣ ବଣ୍ଟନ ବ୍ୟବସ୍ଥା ,ଶିକ୍ଷା ,ସମାଜ କଲ୍ୟାଣ ,ମହିଳା ଓ ଶିଶୁ ବିକାଶ ,ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ,ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ,ମତ୍ସ୍ୟ ଚାଷ ,ଗ୍ରାମ୍ୟ ଉନ୍ନୟନ ,ଉଠା ଜଳସେଚନ ଓ କ୍ଷୁଦ୍ର ଜଳସେଚନ ,ବିଦ୍ୟୁତକରଣ ,ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ପ୍ରମୁଖ ବିଭାଗର ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ର ସମୀକ୍ଷା କରିଛନ୍ତି । ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିଥି ଭାବରେ ମଞ୍ଚାସିନ ଥିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡ଼ିଆମୀ ,ମାଲକାନଗିରି ବିଧାୟକ ପ୍ରତିନିଧି ଅଶୋକ କୁମାର ବୈଦ୍ୟ , ମାଲକାନଗିରି ବ୍ଲକ ଉପାଧ୍ୟକ୍ଷା ବଳେନ୍ତି ଗୋପାଳ, ଜିଲ୍ଲା ପରିଷଦ ସଭ୍ୟା ଦହନା ତାଙ୍ଗୁଳ ,ଦେବେ ମାଡି ,ବରିଷ୍ଠ ବିଜେଡି ନେତା ତଥା ସମିତି ସଭ୍ୟ ଡାନିଆଲ ପୋଟଲା ଓ ସମସ୍ତ ସମିତି ସଭ୍ୟ ସଭ୍ୟା ,୧୯ ଟି ଗ୍ରାମ ପଞ୍ଚାୟତ ର ସମସ୍ତ ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକରେ ଜିଲ୍ଲା ପ୍ରଶାସନ ର ବିଭିନ୍ନ ବିଭାଗର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ ।