ଓଡ଼ିଶାରେ ଲାଗୁ ହେବନି ଏନଆରସି

ଭୁବନେଶ୍ୱର: ଓଡ଼ିଶାରେ ଲାଗୁ ହେବନି  ଜାତୀୟ ନାଗରିକତା ରେଜିଷ୍ଟ୍ରାର (ଏନଆରସି) । ମୁସଲିମ୍ ସଂପ୍ରଦାୟଙ୍କ ପାଇଁ ଏପରି ନିଷ୍ପତି ନେଇଛନ୍ତି ମୁଖ୍ୟମନ୍ତ୍ରୀ । ସିଏବିକୁ ସମର୍ଥନ କରି ବିଜେଡ଼ି ସ୍ପଷ୍ଟ କରିଥିଲା ଯେ ନାଗରିକତା ସଂଶୋଧନ(ସିଏବି) ବିଲ ସହ ଏନଆସିର କୌଣସି ସମ୍ପର୍କ ନାହିଁ ।

ନାଗରିକତା ସଂଶୋଧନ ବିଲ(ସିଏବି) ଆଇନରେ ପରିଣତ ହେବାପରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ରାଜ୍ୟର ସଂଖ୍ୟାଲଘୁ ସଂପ୍ରଦାୟର ନେତା । ନୂଆ ଆଇନକୁ ନେଇ ସଂଖ୍ୟାଲଘୁ ସଂପ୍ରଦାୟ ମଧ୍ୟରେ ଅନେକ ଆଶା ଓ ଆଶଙ୍କା ସୃଷ୍ଟି ହୋଇଛି ।  ଏ ନେଇ ଭଦ୍ରକ, ବାଲେଶ୍ୱର,କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାର ମୁସଲମାନ ସଙ୍ଗଠନର ନେତା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମ୍ଭାବ୍ୟ ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି । ନୂଆ ଆଇନ ଯୋଗୁଁ  ଆମେ ସୁରକ୍ଷିତ ନୁହେଁ ବୋଲି ମୁଖ୍ୟମନ୍ତ୍ରୀଙ୍କ ପାଖରେ ଗୁହାରୀ କରିଛନ୍ତି ।