ତିିନି ଦିନିଆ ଓଡ଼ିଶା ଗସ୍ତରେ ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ଗିରିଶ ମୁର୍ମୁ

ବେତନଟି: ଉପରାଜ୍ୟପାଳ ଭାବେ ଦାୟିତ୍ୱ ନେବା ପରେ ତିିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ଗିରିଶ ମୁର୍ମୁ । ଏହି ଅବସରରେ ସେ ମୟୁରଭଞ୍ଜ ବେତନଟି ସ୍ଥିତ ମହାରାଜା ପ୍ରତାପଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ।  ଏହାପରେ ଶ୍ରୀ ମୁର୍ମୁ ଶୁଖିଲାହାରସାମିଲ ମହୁଲିଆ ସରକାରୀ ପ୍ରାଥମିକ ସ୍କୁଲର ବାର୍ଷିକ ଉତ୍ସବରେ ଯୋଗ ଦେଇଥିଲେ |

ଗ୍ରାମୀଣ ପିଲାମାନେ ଯେଉଁ ଶିକ୍ଷା ସ୍କୁଲରେ ଗ୍ରହଣ କରୁଛନ୍ତି, ସ୍କୁଲ ସମୟ ପରେ ସେମାନେ ସେଥିରେ ସଂଶ୍ଲିଷ୍ଟ ହୋଇ ରହୁନାହାଁନ୍ତି | ଯାହା ବି ପାଠ ପଢିଲେ ସେଥିରେ ସେମାନେ ସଂଶ୍ଲିଷ୍ଟ ହେବା ଆବଶ୍ୟକ ଓ ଉକ୍ତ ପାଠ୍ୟକ୍ରମକୁ ବାରମ୍ବାର ପରିଚର୍ଯ୍ୟା କରିବାର ଆଵଶ୍ୟକତା ରହିଛି ବୋଲି ଶ୍ରୀ ମୁର୍ମୁ କହିଛନ୍ତି | ଶ୍ରୀ ମୁର୍ମୁ କହିଛନ୍ତି ଯେ ମୟୁରଭଞ୍ଜର ପିଲାଙ୍କ ପାଖରେ ଏଭଳି କୃତିତ୍ୱ ରହିଛି ସେମାନେ କେବଳ ଓଡିଶା ନୁହେଁ ଭାରତରେ ମଧ୍ୟ ବଡ ବଡ ପଦପଦବୀ ଅଧିକାର କରିବାର ସାମର୍ଥ୍ୟ ରଖିଛନ୍ତି |

ଏହି ଅବସରରେ ଶ୍ରୀଯୁକ୍ତ ମୁର୍ମୁ ନିଜର ପୈତୃକ ଗାଁ ବୁଲି ନିଜ ସମ୍ପର୍କୀୟଙ୍କୁ ଭେଟି ବାରିପଦାର କିଛି କାର୍ଯ୍ୟକ୍ରମରେ ଯୋଗଦେବେ । ଆଜି ବାଲେଶ୍ୱରରେ ରାତ୍ରିଯାପନ କରି ଆସନ୍ତାକାଲି ଜମ୍ମୁକାଶ୍ମୀର ଫେରିଯିବେ ବୋଲି ଜଣାପଡିଛି |