ପ୍ରେମରେ ଧୋକ୍କା : ନାବାଳକ ପ୍ରେମିକ ୯ମ ଶ୍ରେଣୀ ପ୍ରେମିକାକୁ ଗୁଳିକରି ମାରିଦେଲା

ବାଲେଶ୍ୱର : ପ୍ରେମ କରିବାର ବୟସ ହୋଇ ନଥିଲା । ପ୍ରେମ କଣ ଭଲରେ ଜାଣି ନଥିଲା । ତଥାପି ନାବାଳକ ପ୍ରେମିକର କଥାରେ ଭଲିଯାଇଥିଲା ନବମ ଶ୍ରେଣୀ ଛାତ୍ରୀ ଜଣଙ୍କ ।ଏମିତିକି ମିଠା ମିଠା କଥାରେ ଭଳି ପ୍ରେମିକ ସହ ଘର ବି ଛାଡିଥିଲା । ହେଲେଧୋକାବାଜ ପ୍ରେମକ ତାକୁ ଗୁଳି କରି ମାରିଦେଲା । ସିନେମା ପରି ଲାଗୁଥିଲେ ବି ଘଟଣା ସତ । ଏହା କୈଣସି ବାହାର ରାଜ୍ୟର ନୁହେଁ ବାଲେଶ୍ୱରର ଘଟଣା ।

ଅଭିଯୋଗ ଅନୁସାରେ ୮ ଦିନ ତଳେ ତାଙ୍କ ଝିଅକୁ ଘରୁ ନେଇ ପଳାଇଯାଇଥିଲା ସଂପୃକ୍ତ ଅଭିଯୁକ୍ତ। ଗତକାଲି ରାତିରେ ପ୍ରେମିକାଙ୍କୁଗୁଳି କରି ମାରିବା ପରେ କେହି ଜଣେ ତାଙ୍କୁ ହତ୍ୟା କରିଥିବା କହି ଫୋନ୍‌ ଯୋଗେ ନାବାଳିକାଙ୍କ ପରିବାର ଲୋକଙ୍କୁ ଡକାଇଥିଲା। ଏହାପରେ ପରିବାର ଲୋକଙ୍କଠାରୁ ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା।

ପୁଲିସର ପ୍ରାଥମିକ ସୂଚନା ଅନୁଯାୟୀ, ଗତ କିଛିମାସ ତଳେ ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ। ଗତ ସପ୍ତାହରେ ନାବାଳିକାକୁ ଘରୁ ଉଠାଇ ନେଇଥିଲା ଅଭିଯୁକ୍ତ। ଗତକାଲି ରାତିରେ କୌଣସି କଥାକୁ ନେଉ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ନାବାଳିକାଙ୍କ ବାମ କାନମୁଣ୍ଡାରେ ପଏଣ୍ଟ ବ୍ଲାଙ୍କ ରେଞ୍ଜରୁ ଗୁଳି କରି ହତ୍ୟା କରିଥିଲା। ପରେ ନିଜକୁ ଦୋଷମୁକ୍ତ କରିବା ପାଇଁ ଝିଅକୁ ଆଉ କେହି ହତ୍ୟା କରିଥିବା ଦର୍ଶାଇଥିଲା।
ଏବେ ପୁଲିସ୍‌ ଉଭୟ ନାବାଳକ ଏବଂ ତା’ ବାପାକୁ ଧରିନେବା ସହ ଘଟଣାର ଖୋଳତାଡ଼ କରୁଛି।
ସଂପୃକ୍ତ ନାବାଳକ ନାଁରେ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି। ତେବେ ହତ୍ୟାକାଣ୍ଡ ପଛରେ ଅସଲ କାରଣ କ’ଣ ?କାହିଁକି ସେ ଏତେ ନିର୍ଦ୍ଦୟ ହେଲା ନିଜ ପ୍ରିୟତମା ପ୍ରତି ? ଏସବୁ ଦିଗକୁ ନେଇ ପୁଲିସ ଖୋଳତାଡ଼ ଜାରି ରଖିଛି। ଏନେଇ ସଂପୃକ୍ତ ନାବାଳକଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।