ଶ୍ୱଶୁରଙ୍କୁ ହତ୍ୟା କଲା ଜ୍ୱାଇଁ

ସୁନ୍ଦରଗଡ: ଜଣେ ଜ୍ୱାଇଁ ନିଜ ଶ୍ୱଶୁରକୁ ହତ୍ୟା କରିଥିବା ଚାଂଚଲ୍ୟକର ଖବର ସାମ୍ନାକୁ ଆସିଛି । ଏଭଳି ଘଟଣା ଘଟିଛି । ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ଥାନା ଅଂଚଳରେ । ପରିବାର କଳହକୁ ନେଇ ଏକ ହତ୍ୟାକାଣ୍ଡ ହୋଇଥିବା କୁହାଯାଉଛି ।

ରିପୋର୍ଟ ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ଥାନା ଅନ୍ତର୍ଗତ ଭଅଁରଖୋଲ ଗ୍ରାମରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଜ୍ୱାଇଁ ଲଳିତ ଓରାମ ଶ୍ୱଶୁର ଘରେ ପହଂଚି ପାଟିତୁଣ୍ଡ କରିଥିଲା। ଘରେ ଶୋଇଥିବା ଶ୍ୱଶୂର ବିଶେଶ୍ୱର ନାଗ ଏହାର ପ୍ରତିବାଦ କରିବାରୁ ଲଳିତ ଆହୁରି ରାଗି ଯାଇଥିଲା। ସେ ପାଖରେ ପଡ଼ିଥିବା ଏକ ବାଡ଼ିରେ ଜୋରରେ ବିଶେଶ୍ୱରଙ୍କୁ ପିଟିଥିଲା । ଏହାଫଳରେ ଘଟଣାସ୍ଥଳରେ ହିଁ ବିଶେଶ୍ୱରଙ୍କର ମୃତ୍ୟୁ ଘଟିଥିଲା।

ଖବର ପାଇବା ପରେ ଅଭିଯୁକ୍ତ ଲଳିତ ଓରାମକୁ ଲେଫ୍ରିପଡା ଥାନା ପୁଲିସ ଗିରଫ କରିଥିଲା। ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ମୃତ ବିଶେଶ୍ୱରଙ୍କର ବୟସ ୪୨ ବର୍ଷ ହୋଇଥିବା ବେଳେ ଜ୍ୱାଇଁ ଲଳିତର ବୟସ ୩୫ ବର୍ଷ ବୋଲି ଜଣାଯାଇଛି। ଘରେ ଅନ୍ୟ କେହି ନଥିବା ବେଳେ ଏହି ଅଘଟଣ ଘଟିଥିବା କୁହାଯାଉଛି।