ସ୍ତ୍ରୀ ଓ ୩ ସନ୍ତାନଙ୍କୁ ହତ୍ୟା କଲେ ସଫ୍ଟୱେର ଇଞ୍ଜିନିୟର: ହ୍ୱାଟ୍ସଆପରେ ଭିଡିଓ ଶେୟାର କରି ସ୍ୱୀକାର କଲେ ଦୋଷ

ଗାଜିଆବାଦ: ଉତ୍ତର ପ୍ରଦେଶର ଗାଜିଆବାଦ ଅନ୍ତର୍ଗତ ଇନ୍ଦିରାପୁରମ ସହରରେ ଏକ ଲୋକହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି। ସୁମିତ କୁମାର ନାମକ ଜଣେ ସଫ୍ଟୱେର ଇଞ୍ଜିନିୟର ତାଙ୍କ ସ୍ତ୍ରୀ ଏବଂ ୩ ସନ୍ତାନଙ୍କୁ ହତ୍ୟା କରିଛନ୍ତି। ଏହା ପରେ ନିଜ ପରିବାରର ହ୍ୱାଟ୍ସଆପ୍‌...

ଗାଜିଆବାଦ: ଉତ୍ତର ପ୍ରଦେଶର ଗାଜିଆବାଦ ଅନ୍ତର୍ଗତ ଇନ୍ଦିରାପୁରମ ସହରରେ ଏକ ଲୋକହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି। ସୁମିତ କୁମାର ନାମକ ଜଣେ ସଫ୍ଟୱେର ଇଞ୍ଜିନିୟର ତାଙ୍କ ସ୍ତ୍ରୀ ଏବଂ ୩ ସନ୍ତାନଙ୍କୁ ହତ୍ୟା କରିଛନ୍ତି। ଏହା ପରେ ନିଜ ପରିବାରର ହ୍ୱାଟ୍ସଆପ୍‌ ଗ୍ରୁପରେ ଏକ ଭିଡିଓ ଶେୟାର କରି ଦୋଷ ସ୍ୱୀକାର କରିଛନ୍ତି। ଏପରି କି ନିଜେ ଆତ୍ମହତ୍ୟା କରିବା ପାଇଁ ପୋଟାସିୟମ ସିୟାନାଇଡ୍‌ କିଣିଥିବା ଭିଡିଓରେ କହିଛନ୍ତି। ଭିଡିଓଟି ପାଇବା ପରେ ସୁମିତଙ୍କ ଭଉଣୀ ମୃତାଙ୍କ ଭାଇ ପଙ୍କଜ ସିଂହଙ୍କୁ ଏ ବିଷୟରେ ସୂଚନା ଦେଇଥିଲେ। ପଙ୍କଜ ତୁରନ୍ତ ସୁମିତ ରହୁଥିବା ଫ୍ଲାଟରେ ପହଞ୍ଚିଥିଲେ। କିନ୍ତୁ ଫ୍ଲାଟ୍‌ରେ ତାଲା ପଡ଼ିଥିବାରୁ ସେ ପୁଲିସକୁ ଖବର ଦେଇଥିଲେ। ପୁଲିସ ସେଠାରେ ପହଞ୍ଚି ଫ୍ଲାଟ୍‌ର କବାଟ ଭାଙ୍ଗି ଭିତରକୁ ପଶିଥିଲା। ଏକ ଘରେ ଜଣେ ମହିଳା ଏବଂ ୩ ପିଲାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ସମସ୍ତଙ୍କୁ ଛୁରିରେ ଆକ୍ରମଣ କରି ହତ୍ୟା କରାଯାଇଥିବା ଜଣାପଡ଼ିଛି।

ମୃତକଙ୍କ ମଧ୍ୟରେ ସୁମିତଙ୍କ ପତ୍ନୀ ଅଂଶୁ ବଳ ଏବଂ ତାଙ୍କ ୫ବର୍ଷୀୟ ପୁଅ ପ୍ରଥମେଶ ଓ ୪ବର୍ଷୀୟ ଯାଁଳା ସନ୍ତାନ ଆରବ ଏବଂ ଆକ୍ରିତି। ସୁମିତ ଗତବର୍ଷ ଡିସେମ୍ବରରେ ଚାକିରି ହରାଇଥିବାବେଳେ ଅଂଶୁ ଏକ ପ୍ଲେ ସ୍କୁଲରେ ଶିକ୍ଷକତା କରୁଥିଲେ। ଚାକିରି ଛାଡ଼ିବା ପରେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିବାରୁ ସୁମିତ ଏହି ହତ୍ୟାକାଣ୍ଡ କରିଥିବା ପୁଲିସ ସନ୍ଦେହ କରୁଛି। ସୁମିତ ଏବେ ଫେରାର ଅଛନ୍ତି।

Spread the love
Categories
କ୍ରାଇମବଡ ଖବର

RELATED BY