ହତ୍ୟା କରି ତିନି ଝିଙ୍କ ମୃତ ଦେହ ଆଲମିରାରେ, ସ୍ତ୍ରୀର ମୃତ ଦେହ ଫ୍ରିଜରେ ରଖି ଆତ୍ମ ହତ୍ୟା କଲେ ଯୁବକ

ଆହ୍ଲାବାଦ: ନିଜ ତିନି ଝିଅ ଓ ସ୍ତୀକୁ ହତ୍ୟା କରି ଆତ୍ମ ହତ୍ୟା କଲେ ଯୁବକ । କେବଳ ହତ୍ୟା କରି ନାହାନ୍ତି । ହତ୍ୟା ପରେ ମୃତ ଦେହକୁ ଫ୍ରିଜ ଓ ଆମମିରାରେ ସାଇତି ରଖିଛନ୍ତି । ଆଉ ନିଜେ ଆତ୍ମ ହତ୍ୟା କରିଛନ୍ତି । ଏଭଳି ଘଟଣା ଘଟିଛି ପାଞ୍ଚ ଜଣଙ୍କୁ ଉତ୍ତରପ୍ରଦେଶର ଆହ୍ଲାବାଦରେ । ପୋଲିସ ଏହି ଘଟଣାରେ ବନ୍ଦ ଘରୁ ୫ ଜଣଙ୍କ ମୃତ ଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

ସୋମବାର ରାତିରେ ଉତ୍ତରପ୍ରଦେଶର ଆହ୍ଲାବାଦ ପୁଲିସ ଏକ ବନ୍ଦ ଘର ଭିତରୁ ୫ ଜଣଙ୍କ ମୃତଦେହ ଜବତ କରିଛି। ମୃତକମାନଙ୍କ ମଧ୍ୟରୁ ଗୃହ ସ୍ୱାମୀଙ୍କ ମୃତଦେହ ଘର ଭିତରେ ଝୁଲୁ ଥିବା ବେଳେ ତାଙ୍କ ପତ୍ନୀଙ୍କ ମୃତଦେହ ପ୍ରିଜ୍‌ ଭତରୁ ମିଳିଛି। ସେହିପରି ଦୁଇ ଝିଅଙ୍କ ମୃତଦେହ ଏ ସୁଟ୍‌କେଶ. ଆଲମିରା ଭିତରୁ ମିଳିଥିବା ବେଳେ ଅନ୍ୟଏକ ଝିଅର ମୃତଦେହ ଘର ଭିତରେ ପଡ଼ିଥିବା ଅବସ୍ଥାରେ ପୁଲିସ ଜବତ କରିଛି।

ଘଟଣା ସମ୍ପର୍କରେ ଆହ୍ଲାବାଦ ପୁଲିସ ଅଧିକ୍ଷକ ନୀତିନ ତିଓ୍ଵାରୀ କହିଛନ୍ତି ଯେ, ଆହ୍ଲାବାଦର ଧୁମାନଗଞ୍ଜ ଥାନା ଅନ୍ତର୍ଗତ ପିପଲ ଗାଁରେ ଏହି ଘଟଣା ଘଟିଛି। ପ୍ରାଥମିକ ତଦନ୍ତରୁଏହା ଏକ ହତ୍ୟାକାଣ୍ଡ ଓ ଆତ୍ମହତ୍ୟା ଘଟଣା ପରି ଜଣାପଡ଼ିଛି। ପ୍ରଥମେ ମନୋଜ କୁଶଓ୍ଵାହା (୩୫) ନାମକ ବ୍ୟକ୍ତି ଜଣକ ନିଜ ପତ୍ନୀ ଶ୍ୱେତା (୩୦ ବର୍ଷ) ଓ ୩ ଝିଅ ( ସୃଷ୍ଟି ଓରଫ ପ୍ରୀତି (୮ ବର୍ଷ), ଶିବାନୀ ( ୬ ବର୍ଷ) ଓ ଶେୟା (୩ ବର୍ଷ)ଙ୍କୁ ହତ୍ୟା କରିଛନ୍ତି।ସେମାନଙ୍କ ମଧ୍ୟରୁ ପତ୍ନୀଙ୍କ ମୃତଦେହକୁ ଫ୍ରିଜ୍‌ ଭିତରେ ରଖିବା ପରେ ଝିଅମାନଙ୍କ ମୃତଦେହ ମଧ୍ୟରୁ ଜଣକ ମୃତଦେହ ସୁଟ୍‌କେଶ ଭିତରେ ଓ ଅନ୍ୟ ଜଣକ ମୃତଦେହ ଆଲମିରା ଭିତରେ ରଖିଥିଲେ। ସାନ ଝିଅଟିର ମୃତଦେହ ଘରର ଚଟାଣରେ ପଡ଼ିଥିଲା।

ନିଜେ ମନୋଜ ଘରର ସିଲିଂରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ପାରିବାରିକ କଳହରୁ ଏପରି ହତ୍ୟାକାଣ୍ଡ ଘଟିଛ। ଯୁବକ ଜଣକ ନିଜ ପରିବାରର ସଦସ୍ୟଙ୍କୁ ହତ୍ୟା କରିବା ବେଳେ ଟିଭିିର ସାଉଣ୍ଡ ବଢ଼ାଇ ଦେଇଥିଲେ। ଯାହା ଫଳରେ ଘର ଭିତରେ ଘଟୁଥିବା ହତ୍ୟାକାଣ୍ଡ ସମ୍ପର୍କରେ ବାହାର ଲୋକେ ଜାଣି ପାରିବେ ନାହିଁ। ସେହିପରି ମୃତ ମନୋଜଙ୍କ ଭାଉଜ କହିଛନ୍ତି ଯେ ସେ ପିଲାମାନଙ୍କ କାନ୍ଦ ଶୁଣିଛନ୍ତି।