ଗୁଣିଗାରେଡି ସନ୍ଦେହରେ ହତ୍ୟା

ରାୟଗଡା: ଗୁଣିଗାରେଡି ଭଳି ଅନ୍ଧବିଶ୍ୱାସକୁ କେନ୍ଦ୍ର କରି ର୍ରାଗଡ଼ା ଜିଲ୍ଲାର ରାମନଗୁଡ଼ା ବ୍ଲକ ଅଂଚଳରେ ୩ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ୩ଜଣଙ୍କୁ ହତ୍ୟା କରିବା ପରେ ସେମାନଙ୍କ ମୃତଦେହକୁ ପୋଡି ଦିଆଯାଇଥିବା ସୂଚନା ମିଳିଛି । ଅଭିଯୋଗ ପରେ ଗୁଣୁପୁର ପୋଲିସ ଘଟଣାସ୍ଥଳରେ ପଂହଂଚି ତଦନ୍ତ ଆରମ୍ଭ କରିଛି ।
ପୋଲିସର କହିବା ଅନୁଯାୟୀ, ସ୍ଥାନୀୟ ଲୋକେ ଉକୁମ୍ବାଗୁଡ଼ା ଗ୍ରାମର ସ୍ୱାମୀ, ସ୍ତ୍ରୀ ଓ ବୃଦ୍ଧାଙ୍କୁ ଗୁଣି ଗାରେଡ଼ି କରୁଥିବା ସନ୍ଦେହ କରୁଥିଲେ। ତେବେ ଏହି ୩ ଜଣ ଗତ ୨୩ ତାରିଖରୁ ନିଖୋଜ ଥିବାରୁ ସେମାନଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ହୋଇଥିଲା। ଏହି ଘଟଣାର ତଦନ୍ତ କରିବା ପାଇଁ ଗୁଣୁପୁର ଏସ୍‌ଡିପିଓ ରାଜ କିଶୋର ଦାଶ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚିଛନ୍ତି। କୌଣସି କାରଣରୁ ଉକ୍ତ ୩ ଜଣଙ୍କୁ ଲୋକେ କାଠ ଫାଳିଆରେ ପିଟି ପିଟି ହତ୍ୟା କରାଯାଇ ଥିବା ଜଣାଯାଇଛି ।