ମାଓବାଦୀଙ୍କ ବର୍ବର କାଣ୍ଡ

ଉମରରୋକ : ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ହଳଦୀ ପଞ୍ଚାୟତ ବେନସ ଗାଁରେ ମାଓବାଦୀଙ୍କ ବର୍ବର କାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ମୃତକ ହେଲେ ଟୁନୁ ଗଣ୍ଡ । ହତ୍ୟା ଘଟଣାରେ ୨୦ରୁ ୨୫ ମାଓବାଦୀ ସମ୍ପୃକ୍ତ ଥିବା ସୂଚନା ମିଳିଛି । ଗତକାଲି ବିଳମ୍ବିତ ରାତିରେ ମାଓବାଦୀ ଟୁନୁ ଗଣ୍ଡଙ୍କ ଘର ଭିତରେ ପଶି ଟୁନୁ ଶୋଇଥିବା ଅବସ୍ଥାରେ ତାକୁ ଉଠାଇ ଆଣିଥିଲେ । ଏବଂ ଗାଁ ମୁଖ୍ୟ ରାସ୍ତା ମଝିରେ ତଣ୍ଟି କାଟି ହତ୍ୟା କରିଛନ୍ତି । ହତ୍ୟା କରିବା ପରେ ସେହି ସ୍ଥାନରେ ହିନ୍ଦୀ ଭାଷାରେ ଲେଖାଥିବା ଏକ ହାତଲେଖା ଚିଠି ମଧ୍ୟ ଛାଡି ଯାଇଛନ୍ତି । ପୋଲିସକୁ ମାଓବାଦୀଙ୍କ ସନ୍ପର୍କରେ ସୂଚନା ଦେଉଥିବାରୁ ଟୁନୁଙ୍କୁ ହତ୍ୟା କରିଥିବା ଚିଠିରେ ଉଲ୍ଲେଖ ରହିଛି ।