ଗଛରେ ବାନ୍ଧି ୧୨ ବର୍ଷର ବାଳକକୁ ପିଟି ପିଟି ହତ୍ୟା

କେନ୍ଦୁଝର : ଯୋଡା ଥାନା ଲହଣ୍ଡା କଳାପାହାଡ ନିକଟରେ ଅଭାବନୀୟ ଘଟଣା । ଗଛରେ ବାନ୍ଧି ୧୨ ବର୍ଷର ବାଳକକୁ ପିଟି ପିଟି ହତ୍ୟା ।  ମୃତ ନାବାଳକ ଲହଣ୍ଡା ଗାଁ ସୁନିଆ ମୁଣ୍ଡାଙ୍କ ପୁଅ ଚନ୍ଦନ ମୁଣ୍ଡା । ଗତକାଲି ସନ୍ଧ୍ୟାରେ ୨ ସାଙ୍ଗଙ୍କ ସହ ମାଂସ ଆଣିବାକୁ ବଜାର ଯାଇଥିଲେ ଚନ୍ଦନ । ଘରକୁ ଆସିବାରେ ବିଳମ୍ବ ହେବାରୁ ଘର ଲୋକେ ଖୋଜାଖୋଜି କରିଥିଲେ । ମୁର୍ମୁଷୁ ଅବସ୍ଥାରେ ପାହାଡ ନିକଟ ଏକ ଗଛରୁ ତାଙ୍କୁ ଉଦ୍ଧାର କରାଯାଇଥିଲା । ଚମ୍ପୁଆ ଡାକ୍ତରଖାନାକୁ ନେବା ବାଟରେ ଚନ୍ଦନଙ୍କ ମୃତ୍ୟୁ ହୋଇଛି ।  କିଏ ଓ କାହିଁକି ଚନ୍ଦନଙ୍କୁ ହତ୍ୟା କଲା ତାହା ଜଣାପଡିନି। ଯୋଡା ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ କରୁଛି ।  ଜଣକୁ ଅଟକ ରଖି ପୋଲିସ ଛାନଭିନ୍  ଚଳାଇଛି ।  ଅଟକ ଯୁବକ ଗତ ରାତିରେ ଚନ୍ଦନ ସହ ମାଂସ ଆଣିବାକୁ ଯାଇଥିଲା ।