ଇରାନ-ଆମେରିକା ମଧ୍ୟରେ ଅଶାନ୍ତି; ଭାରତୀୟ ସେୟାର ବଜାରରେ ପ୍ରଭାବ

ନୂଆଦିଲ୍ଲୀ: ଇରାନ ଓ ଆମେରିକା ମଧ୍ୟରେ ଆରମ୍ଭ ହୋଇଥିବା ଅଶାନ୍ତି କାରଣରୁ ଆଜି ଭାରତୀୟ ସେୟାର ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । କାରବାର ଆରମ୍ଭରୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ସମ୍ବେଦନଶୀଳ ସୂଚକାଙ୍କ ୮୧୩ ପଏଣ୍ଟ ହ୍ରାସ ପାଇଛି । ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ,ଏସିଆନ ପେଂଟସ, ପାୱାର ଗ୍ରୀଡ କର୍ପୋରେସନ୍ , ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ମାରୁତି ଏବଂ ସନ ଫାର୍ମା ଆଦି ବଡ଼ କମ୍ପାନୀଗୁଡିକର ସେୟାର ମୂଲ୍ୟ ବ୍ୟାପକ ଭାବେ ହ୍ରାସ ପାଇଛି ।

ବିଭିନ୍ନ ଘରୋଇ ଓ ସରକାରୀ ବ୍ୟାଙ୍କଗୁଡିକ ମଧ୍ୟ ସେମାନଙ୍କ କାରବାରରେ ବଡ଼ କ୍ଷତି ସହିଛନ୍ତି । ୧୮ ମାସ ଧରି ଉତ୍ଥାନ ପଥରେ ଥିବା ଏସିଆନ ପେଂଟସର ବଜାର ମୂଲ୍ୟ ଆଜି ପ୍ରଥମ ଥର ତଳକୁ ଖସିଛି । ଆମେରିକା ଓ ଇରାନ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧ ପରିପ୍ରେକ୍ଷୀରେ ନିବେଶକମାନେ ସେୟାର ମାର୍କେଟରୁ ସେମାନଙ୍କର ପ୍ରାୟ ଅଢେଇ ହଜାର କୋଟି ଟଙ୍କାର ପୁଞ୍ଜି ପ୍ରତ୍ୟାହାର କରିନେବା ଫଳରେ ସେୟାର ବଜାରରେ ମାନ୍ଦାବାସ୍ଥା ସୃଷ୍ଟି ହୋଇଛି  ।