୭ମ ଶ୍ରେଣୀର ଛାତ୍ରୀ ଚଢ଼ିଲେ ଦକ୍ଷିଣ ଆମେରିକାର ସର୍ବୋର୍ଚ୍ଚ ପର୍ବତ ଶୃଙ୍ଗ

ବିଶ୍ୱର ସର୍ବ କନିଷ୍ଠ ବାଳିକା ପାଲଟିଲେ

ନୂଆଦିଲ୍ଲୀ: ମୁମ୍ବାଇସ୍ଥିତ “ନେଭି ଚିଲଡ୍ରେନ୍ ” ସ୍କୁଲରେ ୭ମ ଶ୍ରେଣୀରେ ପାଠ ପଢ଼ନ୍ତି କାମିୟା କାର୍ତିକେୟନ୍ । ଏହି ବାଳିକା ଜଣଙ୍କ ଆମେରିକାର ସର୍ବୋଚ୍ଚ ପର୍ବତ ଶୃଙ୍ଗ “ମାଉଂଟ ଆକନକାଗୁଆ” ଆରୋହଣ କରି ରେକର୍ଡ ହାସଲ କରିଛନ୍ତି ।  ଏହି ଶୃଙ୍ଗ ଆରୋହଣ କରିବାରେ ସେ ବିଶ୍ୱର ସର୍ବ କନିଷ୍ଠ ବାଳିକା ବୋଲି ନୌସେନା ଅଧକାରୀମାନେ କହିଛନ୍ତି।

ଫେବ୍ରୁଆରି ୧ ତାରିଖ ଦିନ କାମିୟା କାର୍ତିକେୟନ୍‌ ସେ ପର୍ବତ ଶୃଙ୍ଗର ଶିଖରରେ ପହଂଚି ଭାରତର ଜାତୀୟ ପତାକା ଉଡ଼ାଇ ଥିବା କଥା ସେମାନେ କହିଛନ୍ତି।

ନୌସେନା ଅଧିକାରୀମାନେ କହିଛନ୍ତି ଯେ ବର୍ଷ ବର୍ଷ ଧରି ଶାରୀରିକ ଓ ମାନସିକ ପ୍ରସ୍ତୁତି ଏବଂ ଆଡଭେଂଚର ସ୍ପୋର୍ଟସ୍‌ରେ ନିୟମିତ ଅଂଶ ଗ୍ରହଣ କରିବା ପରେ ସେ ଏହି ସଫଳତା ହାସଲ କରିଛନ୍ତି।

ଏହି ବିରଳ କୃତିତ୍ୱ ହାସଲ କରିବାକୁ ସେ ବାଳିକାଟିକୁ ଅନେକ ପ୍ରଶାସନିକ ବାଧାବିଘ୍ନ ଏବଂ ଆରୋହଣକାଳୀନ ପ୍ରତିକୂଳ ପରିସ୍ଥିତର ସମ୍ମୁଖୀନ ହେବାକୁ ପଡ଼ିଛି।