ମୁମ୍ବାଇରେ ଭୂକମ୍ପ

ମୁମ୍ବାଇ: ମୁମ୍ବାଇରେ ବୁଧବାର ପୂର୍ବାହ୍ନ ୧୧ଟା ୫୧ରେ ଭୂକମ୍ପ ଅନୁଭୁତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୨.୫ ଥିବା ଜାତୀୟ ଭୂକମ୍ପ ଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଉତ୍ତର ମୁମ୍ବାଇର ୧୦୩ କିମି ଦୂରରେ ଭୂକମ୍ପର କେନ୍ଦ୍ର ଥିବା ଅନୁମାନ କରାଯାଇଛି। ଭୂକମ୍ପ ହେବାରୁ ଲୋକେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ। ତେବେ କ୍ଷୟକ୍ଷତିର କୌଣସି ସୂଚନା ମିଳି ନାହିଁ।