ସବୁଠାରୁ ଧନୀ ଭାରତୀୟ ମୁକେଶ ଅମ୍ବାନି

ମୁମ୍ବାଇ : କ୍ରମାଗତ ୮ମ ବର୍ଷ ପାଇଁ ରିଲାଏନ୍ସ ଗ୍ରୁପ ମୁଖ୍ୟ ମୁକେଶ ଅମ୍ବାନି ସବୁଠାରୁ ଧନୀ ଭାରତୀୟର ମାନ୍ୟତା ପାଇଛନ୍ତି । ତାଙ୍କର ମୋଟ ସଂପତ୍ତିର ପରିମାଣ ୩ ଲକ୍ଷ ୮୦ ହଜାର କୋଟି ରହିଛି ।

ଆଇଆଇଏଫଏଲ େଓ୍ଵଲଥ ହରୁନ ଧନୀ ତାଲିକାରେ ତାଙ୍କୁ ୧ ନମ୍ବର ମାନ୍ୟତା ଦିଆଯାଇଛି । ୨ୟ ସ୍ଥାନରେ ଅଛନ୍ତି ଅଶୋକ ଲିଲ୍ୟାଣ୍ଡ କମ୍ପାନିର ମାଲିକ ଏସପି ହିନ୍ଦୁଜା ପରିବାର । ତାଙ୍କର ମୋଟ ସଂପତ୍ତିର ପରିମାଣ ୧ ଲକ୍ଷ ୮୬ ହଜାର କୋଟି ରହିଛି । ୩ୟ ସ୍ଥାନର ଅଛନ୍ତି ଓ୍ଵିପ୍ରୋର ଅଜୀମ ପ୍ରେମଜୀ । ତାଙ୍କର ମୋଟ ସଂପତ୍ତିର ପରିମାଣ ୧ ଲକ୍ଷ ୧୭ ହଜାର କୋଟି ରହିଛି । ୪ର୍ଥ ସ୍ଥାନରେ ଅଛନ୍ତି ଲକ୍ଷ୍ମୀ ମିତ୍ତଲ । ତାଙ୍କର ମୋଟ ସଂପତ୍ତିର ପରିମାଣ ୧ ଲକ୍ଷ ୭ ହଜାର କୋଟି ରହିଛି । ୫ ସ୍ଥାନରେ ଅଛନ୍ତି ଗୌତମ ଅଦାନୀ, ତାଙ୍କର ମୋଟ ସଂପତ୍ତିର ପରିମାଣ ୯୪ ହଜାର ୫୦୦ କୋଟି ରହିଛି ।