ଏସିଆ ମହାଦେଶର ସବୁଠାରୁ ବଡ଼ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ହୁରୁନ ଗ୍ଲୋବାଲ ଧନୀ ତାଲିକା ୨୦୨୦ରେ ଆମାଜନର ମୁଖ୍ୟ ଜେଫ ବେଜୋସ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ସେହିପରି ରିଲାୟନ୍ସ ଇଣ୍ଡଷ୍ଟ୍ରୀର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏହି ତାଲିକାରେ ୯ମ ସ୍ଥାନରେ ଅଛନ୍ତି। ଅମ୍ବାନୀ ଏସିଆ ମହାଦେଶରୁ ୧ ନମ୍ବର ସ୍ଥାନ ପାଇଛନ୍ତି। ଏହି ତାଲିକାରେ ୨୮୧୭ ଜଣଙ୍କୁ ସାମିଲ କରାଯାଇଛି। ଯେଉଁମାନଙ୍କର ସମ୍ପତି ୧ ମିଲିୟନ ଡଲାର ସେମାନେ ହିଁ ସ୍ଥାନ ପାଇଛନ୍ତି।

ଜେଫଙ୍କ ମୋଟ ସମ୍ପତି ୧୪୦ ମିଲିୟନ ଡଲାର ଏବଂ ଏଥିରେ ଗତ ବର୍ଷ ତୁଳନାରେ ୭ ମିଲିୟନ ଡଲାର ହ୍ରାସ ପାଇଛି। ସେ କ୍ରମାଗତ ୩ ବର୍ଷ ହେବ ଏହି ତାଲିକାର ଶୀର୍ଷରେ ଅଛନ୍ତି।

ବିଲ ଗେଟ୍ସ ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି। ତାଙ୍କର ମୋଟ ସମ୍ପତି ୧୦୬ ମିଲିୟନ ଡଲାର। ସେହିପରି ଓ୍ଵାରେନ ବଫେଟ ୧୦୨ ମିଲିୟନ ଡଲାର ସହ ୪ର୍ଥ ସ୍ଥାନରେ ଅଛନ୍ତି। ଫେସବୁକର ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ସମ୍ପତି ୮୪ ମିଲିୟନ ଡଲାର। ଜୁକରବର୍ଗଙ୍କୁ ଏହି ତାଲିକାରେ ୫ମ ସ୍ଥାନ ମିଳିଛି।

ଉଭୟ ମୁକେଶ ଅମ୍ବାନୀ ଓ ମାଇକ୍ରୋସଫ୍ଟର ଷ୍ଟିଭ ଭାଲମରଙ୍କୁ ୬୭-୬୭ ମିଲିୟନ ଡଲାର ସହ ତାଲିକାରେ ୯ମ ସ୍ଥାନ ମିଳିଛି। ମୁକେଶ ଅମ୍ବାନୀ ଏସିଆ ମହାଦେଶର ସବୁଠାରୁ ଧନୀ ବ୍ୟକ୍ତି। ତାଙ୍କର ସମ୍ପତି ୧୩ ମିଲିୟନ ଡଲାର ଲାଭ ହୋଇଛି।

ଶ୍ରେଷ୍ଠ ୧୦୦ ତାଲିକାରେ ମୁକେଶ ଅମ୍ବାନୀଙ୍କ ବ୍ୟତୀତ ଗୌତମ ଆଦାନୀ ଓ ଶିବ ନାଡାର ପରିବାର ମଧ୍ୟ ସାମିଲ ଅଛନ୍ତି। ଆଦାନୀ ଓ ନଡାର ଯୁଗ୍ମ ଭାବେ ଭାବେ ୧୭ ମିଲିୟନ ଡଲାର ସମ୍ପତି ସହ ୬୮ ନମ୍ବରରେ ଅଛନ୍ତି।