ମୁକେଶ ଅମ୍ୱାନୀଙ୍କ ଅଲିଅଳି ଝିଅ ଇଶାଙ୍କ ବାହାଘର

ମୁମ୍ୱାଇ : ମୁକେଶ ଅମ୍ୱାନୀଙ୍କ ଅଲିଅଳି ଝିଅ ଇଶାଙ୍କ ବାହାଘର। ଏଥିପାଇଁ ମୁମ୍ୱାଇରେ ଅମ୍ୱାନୀଙ୍କ ବାସଭବନ ଏଣ୍ଟେଲିଆକୁ ବୋହୁ ଭଳି ସଜା ଯାଇଥିଲା। ବିଭିନ୍ନ ରଙ୍ଗବେରଙ୍ଗି ଫୁଲ ଏବଂ ଲାଇଟ୍ରର ଝାଲର ସହ ଦୀପରେ ସଜେଇ ହୋଇଛି ଏଣ୍ଟେଲିଆ। ପ୍ରାୟ ଅଧା କିଲୋମିଟର ପୂର୍ବରୁ ଦେଖିବାକୁ ମିଳିଥିଲା ଆନନ୍ଦ ପିରାମଲଙ୍କ ବରଯାତ୍ରୀଙ୍କ ନାଚର ଧୁମ୍। ବରଯାତ୍ରୀଙ୍କୁ ସ୍ୱାଗତ କରିଥିଲେ ଇଶାଙ୍କ ଭାଇ ଅନନ୍ତ.ଆକାଶଙ୍କ ସହ କାକା ଅନୀଲ । କିନ୍ତୁ ଆନନ୍ଦ ପିରାମଲଙ୍କୁ ଗଣମାଧ୍ୟମ କ୍ୟାମେରାଠୁ ଲୁଚାଇ ରଖା ଯାଇଥିଲା। ବରଯାତ୍ରୀଙ୍କ ସୁରକ୍ଷା ପାଇଁ ଏ ରାସ୍ତାକୁ ସାଧାରଣ ଲୋକଙ୍କ ପାଇଁ ବନ୍ଦ କରି ଦିଆଯାଇଥିଲା। ବାହାଘର ପରେ ଆଜି ସଂଧ୍ୟା ୮.୩୦ରେ ଆର୍ଶୀବୀଦ ସମାରୋହ ହେବ। ଆଜି ରାତିରେ ହିଁ ଇଶାଙ୍କ ବିଦାୟୀ ବି ହେବ। ବଲିଉଡ ବାହାଘର ଠାରୁ ବି ଅଧିକ ଚର୍ଚ୍ଚାରେ ଥିବା ଏହି ବାହାଘରରେ କେବଳ ଦେଶରୁ ନୁହେଁ ବିଦେଶରୁ ମଧ୍ୟ ଅନେକ ଚର୍ଚ୍ଚିତ ଚେହେରା ସାମିଲ ଥିଲେ। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ,ଅମିତାଭଙ୍କ ପରିବାର ,ଅମିର ଓ କିରଣ ରାଓଙ୍କ ସମେତ ଅନେକ ବଲିଉଡ୍ ଚର୍ଚ୍ଚିତ ଚେହେରାଙ୍କୁ ଏଠି ଦେଖିବାକୁ ମିଳିଥିଲା। ପୂର୍ବରୁ ଇଶା ଆନନ୍ଦଙ୍କ ପ୍ରି ୱେଡିଂ ସେରିମନୀ ଉଦଯପୁରରେ ଅନୁଷ୍ଠିତ ହୋଇଥିଲା ।