ମୁକେଶ ଅମ୍ବାନୀଙ୍କ ଝିଅ ଇଶା ବାହାଘର ପରେ ରହୁଥିବା ଘର ଦାମ ୫ ଶହ କୋଟି, ୫୦ ବର୍ଗ ଫୁଟ ଅଞ୍ଚଳ

ନୂଆଦିଲ୍ଲୀ : ଭାରତର ସବୁଠୁ ଧନୀ ବ୍ୟବସାୟୀ ନିତା ଅମ୍ବାମୀଙ୍କ ଡିସେମ୍ବର ୧୨ରେ ବାହାଘର ଧୂମ୍‌ଧାମ୍‌ରେ ସଂପନ୍ନ ହେବାପରେ ସେ ଏବେ ତାଙ୍କ ସ୍ୱାମୀ ଆନନ୍ଦ ପରିମଲଙ୍କ ସହିତ ଜୀବନ ବିତାଇବାକୁ ଯାଉଛନ୍ତି । ତେବେ ସବୁଠୁ ଅଧିକ ଚର୍ଚ୍ଚା ହେଇଛି ବାହାଘର ପରେ ଇଶା ଓ ପୀରାମିଲ ରହିବାକୁ ତିଆରି ହେଉଥିବା ବଙ୍ଗଳାକୁ ନେଇ । ଈଶାନିଙ୍କର ନୂଆ ଘର ବି କିଛି କମ୍‌ ଭବ୍ୟ ନୁହେଁ। ଥ୍ରି ଡି ବୈଷୟିକ ଜ୍ଞାନ କୌଶଳରେ ନିର୍ମିତ ୧୧ ମିଟର ଉଚ୍ଚ ଓ ୫୦ ହଜାର ବର୍ଗଫୁଟ ଅଞ୍ଚଳରେ ପରିବ୍ୟାପ୍ତ ଏହି ମହଲରେ ସୁଖ ଆରାମର ସମସ୍ତ ସାଧନ ରହିଛି। ଶୁଣାଯାଉଛି ଆନନ୍ଦଙ୍କ ପିତା ଅଜୟ ପୀରାମଲ୍‌ ୪୫୨ କୋଟି ଟଙ୍କାରେ ଦକ୍ଷିଣ ମୁମ୍ବାଇର ବର୍ଲିସ୍ଥିତ ଏହି ବଡ଼ ବଙ୍ଗଳା କିଣିଛନ୍ତି। ଏହି ବଙ୍ଗଳାରେ ରହିବେ ଆନନ୍ଦ ଓ ଈଶା। ୫୦ ହଜାର ବର୍ଗ ଫୁଟ୍‌ ଅଞ୍ଚଳ ଉପରେ ନିର୍ମିତ ଏହି ବଙ୍ଗଳାର ଇଣ୍ଟିରିଅର୍‌ ଫିନିସିଂ କାମ ହୋହିଛି।

ଏହି ମାନସନ୍‌ରୁ ଆରବ ସାଗର ଓ ସି-ଲିଙ୍କ୍‌ ବ୍ରିଜ୍‌ର ପୁରା ଭ୍ୟୁ ଦେଖିବାକୁ ମିଳିବ। ଶାଶୁଘର ଲୋକେ ଈଶାଙ୍କୁ ଏହି ଘର ଉପହାର ଆକାରରେ ପ୍ରଦାନ କରିଛି। ଏହାର ନାଆଁ ରଖାଯାଇଛି ଗୁଲିଟା। ଆନନ୍ଦ ପରିମଲଙ୍କ ପିତାମାତାଙ୍କ ପକ୍ଷରୁ ମିଳିଥିବା ଏହି ମାନସନ୍‌କୁ ନିର୍ମାଣ ଲାଗି ଖୁବ୍‌ ଅର୍ଥ ବିନିଯୋଗ କରାଯାଇଥିଲା। ଏଥିରେ ଇସ୍ପାତର ବିପୁଳ ଉପଯୋଗ ହୋଇଛି। ଉଚ୍ଚମାନର ଫିନିସିଂଗ ସାଙ୍ଗକୁ ଥ୍ରିଡି ଲୁକ୍‌ ବି ଦିଆଯାଇଛି ଏହି ଘରକୁ। ଏହି ଘରର ନିର୍ମାଣ ଲାଗି ସ୍ୱତନ୍ତ୍ର ରୂପେ ଇଂଲାଣ୍ଡରୁ ଇଂଜିନିୟରମାନଙ୍କୁ ଅଣାଯାଇଥିଲା। ଏକ ରିପୋର୍ଟ ଅନୁଯାୟୀ ଏହି ଘରେ ତିନିଟି ବେସମେଣ୍ଟ,ଏକାଧିକ ଡାଇନିଂ ରୁମ୍‌ ବ୍ୟତୀତ ସୁଇମିଂ ପୁଲ୍‌ ସମେତ ଅନ୍ୟ ଆରାମଦାୟକ ସୁବିଧା ରହିଛି।