ବାହାଘର ଦିନକ ଆଗରୁ ମୁକେଶ ଅମ୍ବାନୀଙ୍କ ଝିଅ ଇଶାଙ୍କ ଚୁମ୍ବନ ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ବାହାଘର ହୋଇନି । ହେଲେ ବାହାଘର ଆଗରୁ ଭିଡିଓ ଭାଇରାଲ ହେଲାଣି । ତା ହା ପୁଣି ଦେଶର ସବୁ ଠୁ ଧନୀ ଘରର ଝିଅର ଭିଡିଓ ଭାଇରାଲ ହୋଇଛି । ହଁ ଆଙ୍ଗ୍ୟା ଆମେ କହୁଛୁ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀଙ୍କ ବାହାଘର କଥା । ବୁଧବାର ଇଶାଙ୍କ ବାହାଘର ହେବ । ଏଥିପାଇଁ ସାରା ଦେଶକୁ ଦେଖାଇବା ଭଳି ଆୟୋଜନ ହୋଇଛି । ହେଲେ ବାହାଘର ପୂବର୍ରୁ ପ୍ରିଓ୍ବେଡିଂ ଉତ୍ସବର ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓରେ ଇଶା ଅମ୍ବାନୀ ତାଙ୍କ ଭାବି ପତି ଆନନ୍ଦ ପିରାମଲଙ୍କ ସହିତ ରୋମାଣ୍ଟିକ୍ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳୁଛି ଶେଷରେ ଆନନ୍ଦ ଈଶାଙ୍କୁ ଚୁମ୍ବନ ଦେଇଛନ୍ତି ଏହି ଭିଡ଼ିଓକୁ ଇତିମଧ୍ୟରେ ଅନେକ ଲାଇକ୍ ଶେୟାର କରିଥିବାବେଳେ ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ ଲେଖିଛନ୍ତି

ବାହାଘରକୁ କ୍ୟାମେରା କି ମୋବାଇଲ ଫୋନ ନେବାକୁ ବାରଣ କରାଯାଇଛି । କେହି ଫଟୋ ଉଠାଇବେ ନାହିଁ ବୋଲି ଅନୁରୋଧ କରିଛନ୍ତି ଇଶା । ଜୀବନର ବିଶେଷ ମୁହୁର୍ତ୍ତ ଫଟୋ ନିଜେ ସେୟାର କରିବେ ବୋଲି ିଶା କହିଛନ୍ତି । ହେଲେ ତା ପୂର୍ବରୁ ଭାବି ପତି- ପତ୍ନୀଙ୍କ ଡୁମ୍ବନ ଦୃଶ୍ୟର ଭିଡିଓ ଭାଇରାଲ ହେବାକୁ ନେଇ ଏବେ ଚର୍ଚ୍ଚା ।