ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀ ଓ ତାର ପ୍ରେମିକକୁ ହତ୍ୟାକଲା ସ୍ବାମୀ

ବାଲେଶ୍ବର : ବାଲେଶ୍ବର ରାଣିପାଟଣା ବ୍ୟାଙ୍କ କଲୋନୀରେ ଡବଲ ମର୍ଡର । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ହତ୍ୟାକାଣ୍ଡ ଘଟାଇଛି ସ୍ବାମୀ । ସ୍ତ୍ରୀ ଓ ତାର ପ୍ରେମିକକୁ ହତ୍ୟା କରିଛି ସ୍ବାମୀ । ମୃତ ମହିଳାଙ୍କ ନାଁ ଲକ୍ଷ୍ମୀପ୍ରିୟା ସାହୁ ଓ ପ୍ରେମିକ ହେଲେ ପ୍ରଦୀପ କୁମାର ଦେ । ସେ ଏକ କମ୍ପ୍ୟୁଟର ଇନଷ୍ଟିଚ୍ୟୁଟ ଚଳାଇଥିଲେ । ହତ୍ୟା ପରେ ସ୍ବାମୀ କୈଳାସ ସାହୁ ଆତ୍ମସମର୍ପଣ କରିଛି । ଘଟଣାସ୍ଥଳରେ ପହଞ୍ଚି ସହଦେବଖୁଣ୍ଟା ପୋଲିସର ତଦନ୍ତ ଚଳାଇଛି ।