କୋଭିଡ ପ୍ରତିକୂଳ ପରିସ୍ଥିତି ସତ୍ୱେ ଏମ୍‌ଏସ୍‌ଏମ୍‌ଇର ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର: ମହାମାରୀ କୋଭିଡ-୧୯ ପ୍ରତିକୂଳ ପରିସ୍ଥିତି ସତ୍ୱେ ରାଜ୍ୟ ସରକାରଙ୍କ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ବିଭାଗ କେତେକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ସଂପ୍ରତି ରାଜ୍ୟ ଓ ଦେଶରେ ଅର୍ଥନୀତିର ଏହି ଘଡ଼ିସନ୍ଧି ସମୟରେ ଔଦ୍ୟୋଗିକ ଅର୍ଥନୀତିକୁ ସୁଚାରୁ ଭାବେ ସଂଚାଳନ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏମ୍‌ଏସ୍‌ଏମ୍‌ଇ ବିଭାଗ ଏ କ୍ଷେତ୍ରରେ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିଛି । ବିଭାଗୀୟ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ତତ୍ତ୍ୱାବଧାନରେ ବିଭାଗର କାର୍ଯ୍ୟଧାରାକୁ ତ୍ୱରାନ୍ୱିତ କରାଯାଇ ଏହାକୁ ଚଳଚଞ୍ଚଳ କରାଯାଇପାରିଛି ।

ନିକଟରେ ନୂତନ ଭାବେ ଯୋଗ ଦେଇଥିବା ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ପ୍ରତିଦିନ ସମୀକ୍ଷା କରୁଛନ୍ତି । ଫଳରେ ଜୁଲାଇ ପହିଲାରେ ରହିଥିବା ୮ ପ୍ରତିଶତ ଋଣ ପ୍ରଦାନକୁ ୩୫ ପ୍ରତିଶତକୁ ବୃଦ୍ଧି କରାଯାଇ ୧୦୦୦ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି । ଏହି କ୍ରମରେ ଗତକାଲି ଡେରାସସ୍ଥିତ ମେଗା ଫୁଡ୍‌ ପାର୍କ ନ ମି େ; ୧୫ କୋଟି ଟଙ୍କ ।, ଇଡ୍‌କୋକୁ ଏମ୍‌ଏସ୍‌ଏମ୍‌ଇ ପାର୍କର ବିକାଶ ନିମନ୍ତେ ୨୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଢେଙ୍କାନାଳଠାରେ ୩୮ କୋଟି ଟଙ୍କା ବ୍ୟୟରେ ଇଡ୍‌କୋ ଟାୱାର ପ୍ରତିଷ୍ଠା କରାଯାଇଛି । ଏଥିରେ ସ୍ଥାନୀୟ ଉଦ୍ୟୋଗଗୁଡ଼ିକୁ ଅଗ୍ରାଧିକାର ସୂତ୍ରରେ ପ୍ରୋତ୍ସାହିତ କରାଯିବା ବ୍ୟବସ୍ଥା ହାତକୁ ନିଆଯାଇଛି । ସେହିପରି ଅନ୍ୟ ପ୍ରାଥମିକତା ଥିବା ଉଦ୍ୟୋଗଗୁଡ଼ିକୁ ମଧ୍ୟ ଏଥିରେ ସାମିଲ କରାଯିବ । ପାରମ୍ପରିକ ହସ୍ତଶିଳ୍ପ କ୍ଷେତ୍ରରେ ବାଉଁଶ ଓ ନଡ଼ିଆକତା ଉତ୍ପାଦର ମୂଲ୍ୟଯୁକ୍ତ କରିବାକୁ ତାଲିମର ସୁବିଧା ସୃଷ୍ଟି କରାଯାଇଛି । ଏଥିସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗିତାରେ ବିପଣନର ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯାଇଛି । ଭାରତ ସରକାର ଅଣୁ ଖାଦ୍ୟ ପ୍ରକି୍ରୟାକରଣ ଉଦ୍ୟୋଗଗୁଡ଼ିକୁ ଚାଲୁ ରଖିବା ପାଇଁ ଆର୍ଥିକ ସହାୟତା ୬୦:୪୦ ଅନୁପାତରେ କୋଭିଡ-୧୯ ସମୟରେ ମୂଳଧନକୁ ଭରଣା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି ।

ସେହିପରି ଷ୍ଟାର୍ଟ-ଅଫ୍‌ରେ ସର୍ବମୋଟ ୬୫୧ ୟୁନିଟ୍‌ ପଞ୍ଜିକୃତ ହୋଇଥିବା ବେଳେ ସେଥିରେ ୧୪୦ ଗୋଟି ମହିଳା ଉଦ୍ୟୋଗ ରହିଛି । ଏମାନଙ୍କୁ ଓଡ଼ିଶା ସରକାର ସହାୟତା ପ୍ରଦାନ କରୁଛନ୍ତି । ଏମାନେ ଆଇଟି, ସବୁଜ ବୈଷୟିକ, କୃଷି ବୈଷୟିକ ଇତ୍ୟାଦି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ଇତିମଧ୍ୟରେ ବିଶାଖାପାଟଣା ଓ କଲିକତା ପରିବର୍ତ୍ତେ ଓଡ଼ିଶାର ପାରାଦ୍ୱୀପ ବନ୍ଦରରୁ ବାହାରକୁ ସାମୁଦି୍ରକ ମତ୍ସ୍ୟ ରତ୍ପାନୀ କରାଯିବା ଉପରେ କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ପାରାଦ୍ୱୀପ ବନ୍ଦର କର୍ତ୍ତୃପକ୍ଷଙ୍କ ମିଳିତ ଟିମ୍‌ ଅନୁଧ୍ୟାନ କରିବାକୁ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ଫଳରେ ସ୍ଥାନୀୟ ମତ୍ସ୍ୟ ରତ୍ପାନୀକାରୀମାନେ ଲାଭାନ୍ୱିତ ହେବେ । ବର୍ତ୍ତମାନ ରାଜ୍ୟ ବାର୍ଷିକ ୩୦୮୬ କୋଟି ଟଙ୍କାର ମତ୍ସ୍ୟ ରତ୍ପାନୀ କାରବାର କରୁଛି ।  କୋଭିଡ ପାଇଁ ବ୍ୟାଙ୍କଗୁଡ଼ିକ ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ଋଣ ପ୍ରଦାନ କରିବାରେ କେତେକ ସମସ୍ୟା ଉପୁଜୁଛି । କେତେକ ସ୍ଥଳରେ ଜିଲ୍ଲାପାଳମାନଙ୍କ ବିନା ଅନୁମତିରେ ଏହି ଋଣ ଗ୍ରହିତାମାନଙ୍କ ନିକଟକୁ ବ୍ୟାଙ୍କ ଯାଇ ପାରୁନାହିଁ । ତଥାପି ସଚିବ ବ୍ୟକ୍ତିଗତ ଭାବେ ଏ ସମ୍ପର୍କରେ ଜିଲ୍ଲାପାଳମାନଙ୍କ ସହ ବାର୍ତ୍ତାଳାପ ପରେ ଏ ଦିଗରେ ଉନ୍ନତି ପରିଲକ୍ଷିତ ହୋଇଛି । ଧାର୍ଯ୍ୟ କରାଯାଇଥିବା ୨୮୦୦ କୋଟି ଟଙ୍କାର ଋଣ ପ୍ରଦାନକୁ ୩୧ ଜୁଲାଇରେ ସାରିବାକୁ ସମସ୍ତ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି । ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ତା’ର ବାର୍ଷିକ କାରବାରକୁ ୫୫୦ କୋଟିରୁ ୭୫୦ କୋଟି ଟଙ୍କା କରିବାକୁ ମନ୍ତ୍ରୀ କ୍ୟାପଟେନ ମିଶ୍ର ପରାମର୍ଶ ଦେଇଛନ୍ତି । ଲୁହାଛଡ଼ ଓ ଆଲକାତରା ଭଳି ଦ୍ରବ୍ୟ ବ୍ୟବସାୟ ଲାଭକାରୀ ହୋଇଥିବାରୁ ଏହା ଉପରେ ଗୁରୁତ୍ୱ ଦିଆଯାଇଛି । ଜାତୀୟ ରାଜପଥ କର୍ତ୍ତୃପକ୍ଷ ଯେପରି ଏଥିରେ ସାମିଲ ହୋଇପାରିବ ସେଥିପାଇଁ ଯୋଗାଯୋଗ କରାଯାଇଛି ।

ରାଜ୍ୟ ଖଦୀବୋର୍ଡର କାର୍ଯ୍ୟକ୍ରମକୁ ମଧ୍ୟ ସମୀକ୍ଷା କରାଯାଇଛି । ଏଥିସହିତ ତାଳଗୁଡ଼ ସମବାୟ ସମିତିକୁ ତୁରନ୍ତ ୨ କୋଟି ଟଙ୍କା ଅନୁଦାନ ମଞ୍ଜୁର ସହିତ ଏହାର ବାର୍ଷିକ କାରବାରକୁ ବୃଦ୍ଧି କରି ୧୦ କୋଟି ଟଙ୍କା କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀ ପରିସ୍ଥିତି ପ୍ରତିକୂଳ ଥିବା ସତ୍ତେ୍ୱ ବିଭାଗ ନିରନ୍ତର ଭାବେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ସୁଦୃଢ଼ କରିବା ଦିଗରେ ଯନିବାନ ରହିଥିବା ଦର୍ଶାଇ ଏଥି ପାଇଁ ଧୈର୍ଯ୍ୟର ସହ ସହଯୋଗ କରିବାକୁ ସେ ଜିଲ୍ଲା ପ୍ରଶାସନ, ଏମ୍‌ଏସ୍‌ଏମ୍‌ଇ ୟୁନିଟ୍‌କୁ ନିବେଦନ କରିଛନ୍ତି ।