କ୍ରିକେଟରୁ ଅବସର ନେବେ ଧୋନୀ !

ନୂଆଦିଲ୍ଲୀ: ବିଶ୍ଵକପରେ ମହେନ୍ଦ୍ର ସିଂହ ଧୋନୀଙ୍କ ଧୀମା ବ୍ୟାଟିଂକୁ କ୍ରିକେଟ୍ ବିଶେଷଜ୍ଞ କ୍ରମାଗତ ସମାଲୋଚନା କରୁଛନ୍ତି। ଏହା ମଧ୍ୟରେ ପିଟିଆଇ ସୂତ୍ରରୁ ପ୍ରକାଶ ଯେ, ବିଶ୍ଵକପ୍ ପରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ କ୍ରିକେଟରୁ ଅବସର ନେବେ। ପିଟିଆଇ ସିବିଆଇର ଜଣେ ଅଧିକାରୀଙ୍କ ସୂତ୍ରରୁ ଦାବି କରିଛି ଯେ, ମହେନ୍ଦ୍ର ସିଂହ ଧୋନୀ ବିଶ୍ଵ କପରେ ହିଁ ନିଜର ଶେଷ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ଖେଳିବେ ଏବଂ ଏହା ପରେ ଅବସର ନେବେ।

ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ହେବ ଧୋନୀ କ୍ରମାଗତ ଆଲୋଚକଙ୍କ ନିଶାଣରେ ଅଛନ୍ତି। ବିଶେଷ କରି ବିଶ୍ଵକପରେ ଧୋନୀଙ୍କ ଧୀମା ବ୍ୟାଟିଂ ଭାରତୀୟ ଦଳକୁ ଭାରୀ ପଡୁଛି। ଧୀମା ପାରି ସହିତ ଗତ ଏକ ବର୍ଷ ହେବ ଧୋନୀଙ୍କ ଦମଦାର ମ୍ୟାଚ୍ ଫିନିସର ଛବି ମଧ୍ୟ ମଳିନ ହେବାରେ ଲାଗିଛି। ବିଶ୍ଵକପ ପାଇଁ ଚୟନ ହେବା ପୂର୍ବରୁ ଏମିତି କଳ୍ପନା ଜଳ୍ପନା ଲାଗିଥିଲା ଯେ, ଧୋନୀ କ୍ରିକେଟର ଏହି ମହାକୁମ୍ଭ ପରେ ଅବସର ନେଇଯିବେ।