ଭାରତୀୟ ପାଣିପାଗ ବିଜ୍ଞାନର ମହାନିର୍ଦ୍ଦେଶକ ହେଲେ ମୃତ୍ୟୁଞ୍ଜୟ ମହାପାତ୍ର

ଭୁବନେଶ୍ଵର: ଓଡ଼ିଶା ପାଇଁ ଆସିଛି ଏକ ଗୌରବର ଖବର। ଓଡ଼ିଆ ପାଣିପାଗ ବିଜ୍ଞାନୀ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ମିଳିଛି ବଡ଼ ଦାୟିତ୍ଵ। ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ଭାରତୀୟ ପାଣିପାଗ ବିଭାଗ ବିଜ୍ଞାନ କେନ୍ଦ୍ର(ଆଇଏମଡି)ର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଅଗଷ୍ଟ ୧ରୁ ମହାନିର୍ଦ୍ଦେଶକ ଭାବେ ସେ ଦାୟିତ୍ଵ ଗ୍ରହଣ କରିବେ। ଏବେ ସେ ଆଇଏମଡିର ଏଡିଜି ରୂପେ କାର୍ଯ୍ୟ କରୁଛନ୍ତି।

ସୂଚନା ମୁତାବକ ମୃତ୍ୟୁଞ୍ଜୟ ମହାପାତ୍ରା ଆଗାମୀ ଅଗଷ୍ଟ ୧ରୁ ୫ ବର୍ଷ ପାଇଁ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ। ଏବେ ସେ ଆଇଏମଡିର ଏଡିଜି ରୂପେ କାର୍ଯ୍ୟ କରୁଛନ୍ତି। ପୂର୍ବରୁ ସେ ଆଇଏମଡି ବାତ୍ୟା ସୂଚନା କେନ୍ଦ୍ରର ମୁଖ୍ୟ ଥିଲେ। ଅନେକ ବାତ୍ୟାର ସଠିକ୍ ଆକଳନ କରି ସେ ଆଦୃତ ହୋଇଥିଲେ। ଫୋନି ବାତ୍ୟାର ସଠିକ୍ ଆକଳନ କରିବା ତାଙ୍କର ବହୁତ ବଡ଼ ସଫଳତା ଥିଲା।