ପ୍ରତିଶୃତି ରଖିଲା କଂଗ୍ରେ, ମୁଖ୍ୟମନ୍ତ୍ରୀ ହେବା ପରେ ମଧ୍ୟପ୍ରଦେଶର କୃଷି ଋଣ ଛାଡ କଲେ ନୂଆ ମୁଖ୍ୟମନ୍ତ୍ରୀ କମଲନାଥ

ଭୋପାଳ : ମଧ୍ୟପ୍ରଦେଶରେ କୃଷିଋଣ ଛାଡ଼ କଲେ ନୂଆ ମୁଖ୍ୟମନ୍ତ୍ରୀ କମଲନାଥ। ୨ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ସମସ୍ତ କୃଷି ଋଣ ଛାଡ଼ କଲେ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲା ପରେ ଫାଇଲରେ ସ୍ବାକ୍ଷର କରିଥିଲେ। ୨୦୧୮ ମସିହା ୩୧ମାର୍ଚ ପର‌୍ୟ୍ୟନ୍ତ କୃଷି ଋଣ ଲାଗୁ ହୋଇଥିଲା। ଋଣ ଛାଡ଼ ନେଇ କଂଗ୍ରେସ୍ ପ୍ରତିଶୃତି ଦେଇଥିଲା।
ସେ ଶପଥ ନେବାର ୨ ଘଣ୍ଟା ପରେ ନିର୍ବାଚନ ପ୍ରତିଶ୍ରୁତି ପାଳନ କରିଛନ୍ତି। ପ୍ରତିଶ୍ରୁତି ମୁତାବକ ରାଜ୍ୟର ଚାଷୀଙ୍କ ପାଇଁ କୃଷି ଋଣ ଛାଡ଼ କରିବାକୁ ଏକ ଫାଇଲ୍‌ରେ ଦସ୍ତଖତ କରିଛନ୍ତି। କଂଗ୍ରେସ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ବେଳେ କ୍ଷମତାକୁ ଆସିଲେ ରାଜ୍ୟର ଚାଷୀଙ୍କ ୨ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ଋଣ ଛାଡ଼ କରାଯିବ ବୋଲି ଘୋଷଣା କରିଥିଲେ।
ମଧ୍ୟପ୍ରଦେଶରେ କୃଷିଋଣ ଛାଡ଼ କଲେ ନୂଆ ମୁଖ୍ୟମନ୍ତ୍ରୀ କମଲନାଥ। ୨ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ସମସ୍ତ କୃଷି ଋଣ ଛାଡ଼ କଲେ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲା ପରେ ଫାଇଲରେ ସ୍ବାକ୍ଷର କରିଥିଲେ। ୨୦୧୮ ମସିହା ୩୧ମାର୍ଚ ପର‌୍ୟ୍ୟନ୍ତ କୃଷି ଋଣ ଲାଗୁ ହୋଇଥିଲା। ଋଣ ଛାଡ଼ ନେଇ କଂଗ୍ରେସ୍ ପ୍ରତିଶୃତି ଦେଇଥିଲା।

ରାଜସ୍ଥାନ,ମଧ୍ୟପ୍ରଦେଶ ଓ ଛତିଶଗଡରେ ଆରମ୍ଭ ହେଲା ‘କଂଗ୍ରେସରାଜ’ ଶପଥ ନେଲେ ତିନି ନୂଆ ମୁଖ୍ୟମନ୍ତ୍ରୀ