ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ ମୁଖ୍ୟମନ୍ତ୍ରୀ ରିଲିଫ ପଣ୍ଡକୁ ଦେଲେ ୩ ସାସର ଦରମା

କୋରନା ବିରୋଧୀ ଲଢେଇରେ ପାଇଁ ଦେଲେ ସହାୟତା

ଭୁବନେଶ୍ୱର : କୋରନା ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ନିଜର ତିନିମାସର ଦରମା ପ୍ରଦାନ କରିଛନ୍ତି ରାଜ୍ୟ ସଭା ସାଂସଦ ତଥା ବିଜେଡି ବରିଷ୍ଠ ନେତା ଏନ୍ ଭାସ୍କର ରାଓ । ସେ ତାଙ୍କର ତିନିମାସର ଦରମା ତିନି ଲକ୍ଷ ଟଙ୍କାକୁ ଚେକ ଆକାରରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦେଇଛନ୍ତି । କୋରନା ବିରୋଧରେ ଲଢେଇରେ ଏହି ଅର୍ଥ ରାଶି ସହାୟତା କିଛିଟା କାମରେ ଲାଗିପାରିବ ବୋଲି ସେ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ କହିଛନ୍ତି । କରୋନା ସଂକ୍ରମଣ ମୁକାବଲା ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଆର୍ଥିକ ସହାୟତା ଦେବାକୁ ସାଂସଦ ଓ ବିଧାୟକ ମାନଙ୍କୁ ଅପିଲ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ମୁଖ୍ୟମନ୍ତ୍ରୀ ନିଜେ ତାଙ୍କର ଦରମାକୁ ମୁଖ୍ୟମନ୍ତ୍ରୀ ରିଲିଫ ପଣ୍ଡକୁ କରୋନା ବିରୋଧୀ ଲଢେଇ ଲାଗି ଦେବା ପରେ ଏବେ ସାଂସଦ ଓ ବିଧାୟକ, ପୂର୍ବତନ ବିଧାୟକଙ୍କ ସମେତ ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପଣ୍ଡକୁ ଆର୍ଥିକ ସହାୟତା ଦେଉଛନ୍ତି ।