ସଟ୍ ଡାଉନ୍ କୁ ପାଳନ କରିବାକୁ ଅପିଲ କଲେ ସାଂସଦ ସସ୍ମିତ ପାତ୍ର

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୮ ଘଂଟା ପାଇଁ ଭୁବନେଶ୍ୱର, ଭଦ୍ରକ ଓ କଟକକୁ ସଟ୍ ଡାଉନ୍ ଘୋଷଣା କରିଛନ୍ତି । ଯାହା ଆଜି ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ଚାଲିବ । ତେବେ ଏହି ନିୟମକୁ ସୂଚାରୁ ରୂପେ ପାଳନ କରିବା ପାଇଁ ବିଜେଡି ସାଂସଦ ସସ୍ମିତ ପାତ୍ର ଭୁବନେଶ୍ୱର, କଟକ ଓ ଭଦ୍ରକ ଲୋକଙ୍କୁ ଅପିଲ କରିଛନ୍ତି । ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ କଡାକଡି ଭାବେ ପାଳନ କରନ୍ତୁ ।