ଉତର ଦିଲ୍ଲୀର ବର୍ଜ୍ୟରୁ ପ୍ରସ୍ତୁତ ହେବ ଇନ୍ଧନ – ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଇଣ୍ଡିଆନ୍ ଅଏଲ ଓ ଏନଡ଼ିଏମସି ମଧ୍ୟରେ ଏମଓୟୁ
ନୂଆଦିଲ୍ଲୀ/ଭୁବନେଶ୍ୱର : ଉର୍ଜାକୁ ଆତ୍ମନିର୍ଭର କରିବା ଓ ସ୍ୱଚ୍ଛ ଭାରତ ମିଶନ ଦିଗରେ ଯୁଗାନ୍ତକାରୀ ପଦକ୍ଷେପସ୍ୱରୂପ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବର୍ଜ୍ୟବସ୍ତରୁ ଉର୍ଜା ଉତ୍ପାଦନ କରିବା ପାଇଁ ଇଣ୍ଡିଆନ ଅଏଲ କର୍ପୋରେସନ(ଆଇଓସିଏଲ) ଏବଂ ଉତର ଦିଲ୍ଲୀ ମହାନଗର ନିଗମ(ଏନଡ଼ିଏମସି) ମଧ୍ୟରେ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି ।
ଇଣ୍ଡିଆନ ଅଏଲ ଏବଂ ଏନଡ଼ିଏମସିକୁ ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଶୁଭେଚ୍ଛା
ଇଣ୍ଡିଆନ ଅଏଲର ସହଯୋଗରେ ଉତର ଦିଲ୍ଲୀର ରାଣିଖେରାରେ ନିର୍ମାଣ ହେବ ପ୍ଲାଂଟ୍
ପ୍ଲାଂଟରେ ଦୈନିକ ୨୫୦୦ ମିଲିୟନ ଟନର ବର୍ଜ୍ୟ ବସ୍ତୁର ହେବ ପ୍ରକ୍ରିୟାକରଣ
ଦିଲ୍ଲୀରେ ବର୍ଜ୍ୟବସ୍ତୁ ଭଳି ପ୍ରମୁଖ ସମସ୍ୟାର ହେବ ସମାଧାନ
ଏହି ଅବସରରେ ଶ୍ରୀ ପ୍ରଧାନ ଇଣ୍ଡିଆନ ଅଏଲ ଏବଂ ଏନଡ଼ିଏମସିକୁ ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ ଏହି ପଦକ୍ଷେପ ଅନ୍ତର୍ଗତ ଉତର ଦିଲ୍ଲୀ ମହାନଗର ନିଗମର ରାଣିଖେରାରେ ଏକ ପ୍ଲାଂଟ୍ ପ୍ରତିଷ୍ଠା କରାଯିବ । ଏହି ପ୍ଲାଂଟରେ ଉତର ଦିଲ୍ଲୀର ସମସ୍ତ ବର୍ଜ୍ୟବସ୍ତୁ ବା କଠିନ ଅଳିଆ ଆବର୍ଜନାକୁ ଏକାଠୀ କରାଯାଇ ଏଥିରୁ ଇଣ୍ଡିଆନ ଅଏଲ ସହଯୋଗରେ ଇର୍ଜା ଉତ୍ପାଦନ କରାଯିବ । ଜୈବିକ ବର୍ଜ୍ୟରୁ ସିବିଜି ଉତ୍ପାଦନ କରାଯିବା ସହ ପ୍ଲାଷ୍ଟିକର ପୁନଃବ୍ୟବହାର କରାଯାଇ ପ୍ଲାଷ୍ଟିକ କିମ୍ବା ସିନଗ୍ୟାସ ଉତ୍ପାଦନରେ ବ୍ୟବହାର ହେଉଥିବା ରିଫ୍ୟୁଜ୍ ଡିରାଇଭଡ୍ ଫ୍ୟୁଏଲ(ଆରଡ଼ିଏଫ)ର ମଧ୍ୟ ଉତ୍ପାଦନ କରାଯିବ । ଏହି ପ୍ଲାଂଟରେ ଦୈନିକ ୨୫୦୦ ମିଲିୟନ ଟନର ବର୍ଜ୍ୟ ବସ୍ତୁ ପ୍ରକ୍ରିୟାକରଣ କରାଯାଇ ଉର୍ଜା ଉତ୍ପାଦନ ହେବ । ମହାନଗର ନିଗମର କଠିନ ବର୍ଜ୍ୟବସ୍ତୁ(ଏମଏସଡବ୍ଲ୍ୟୁ)ର ପରିଚାଳନା ଦିଲ୍ଲୀରେ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି ଏବଂ ପ୍ରସ୍ତାବିତ ଏହି ପ୍ଲାଂଟ୍ ଏହାର ସମାଧାନ କରିବା ସହ ଦିଲ୍ଲୀକୁ ସବୁଜ ଇନ୍ଧନ ମାର୍ଗରେ ନେବ । ସଙ୍କୋଚିତ ବାୟୋଗ୍ୟାସ୍ କିମ୍ବା ସିବିଜି ସମେତ ବିଭିନ୍ନ ରୂପରେ ବିକଳ୍ପ ଶକ୍ତି ଉତ୍ପାଦନ ପାଇଁ ଜୈବ ଇନ୍ଧନର ପୂର୍ଣ୍ଣ ସମ୍ଭାବନାକୁ ବ୍ୟବହାର କରି ଇନ୍ଧନ ଉପରେ ଆମଦାନୀ ନିର୍ଭରଶୀଳତା ହ୍ରାସ କରିବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ ।
ଏହି ଏମଓୟୁ କାର୍ଯ୍ୟକ୍ରମରେ ଦିଲ୍ଲୀର ଉପରାଜ୍ୟପାଳ ଅନିଲ ବାଇଜଲ, ଏନଡ଼ିଏମସିର ମେୟର ଜୟ ପ୍ରକାଶ, ଏନଡ଼ିଏମସିର କମିଶନର ଜ୍ଞାନେଶ ଭାରତୀ, ଇଣ୍ଡିଆନ ଅଏଲର ଅଧ୍ୟକ୍ଷ ଏସ.ଏମ ବୈଦ୍ୟ ଏବଂ ଇଣ୍ଡିଆନ ଅଏଲ ଓ ଏନଡ଼ିଏମସିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
MoU signing between 0IOCL and NDMC for waste-to-energy facilities