ରାଜ୍ୟସଭାରେ ହେଲା ବିଲ ପାସ୍: ନାବାଳକ ଗାଡି ଚଲାଇଲେ ମାଲିକ ଦେବେ ଜରିମାନା

ନୂଆଦିଲ୍ଲୀ: ସଡକ ଦୁର୍ଘଟଣା ରୋକିବା ପାଇଁ ସରକାର ମୋଟର ଯାନ ବିଲ ୨୦୧୯ ସଂଶୋଧନ କରିଥିଲେ । ଏହି ବିଲ ଆଜି ରାଜ୍ୟସଭାରେ ପାସ୍ ହୋଇଛି । ଏହି ବିଧେୟକ ଉପରେ ଚର୍ଚ୍ଚା କରିବା ପରେ ସରକାର ୧୩ ମୁକାବିଲାରେ ୧୦୮ ମତରେ ପାରିତ କରିଛନ୍ତି । ଏହାକୁ ଜୁଲାଇ ୨୩ରେ ଲୋକସଭାରେ ପାରିତ କରାଯାଇଥିଲା । ତେବେ ମୋଟର ହ୍ୱିକଲ ବିଲ ୨୦୧୯ ଆଇନରେ ପରିଣତ ହେବା ପରେ ଗାଡି ଚାଳନା ସମୟରେ ମୋବାଇଲ ଫୋନର ବ୍ୟବହାର, ମଦ୍ୟପାନ କରି ନିଶାରେ ଗାଳି ଚଳାଇବା, ରେଡ ଲାଇଟ ପାର କରିବା, ଓଭର ଟେକିଙ୍ଗ କରିବା, ଦ୍ରୁତ ଗତିରେ ଗାଡି ଚାଳନା କରିବା ଏବଂ ସଡକର ଖରାପ ସ୍ଥିତି ଥିଲେ ଦଣ୍ଡବିଧାନ କରାଯିବ । 

ଏହି ବିଲ ୨୦୧୭ରେ ଲୋକସଭାରେ ପାସ୍ ହୋଇଥିଲା । କିନ୍ତୁ ରାଜ୍ୟସଭାରେ ଏହାକୁ ସବୁଜ ସଙ୍କେତ ମିଳି ନଥିଲା । ଯାଦ୍ୱାରା ପୁଣି ଥରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଏହି ବିଲ ଉପସ୍ଥାପନା କରିଥିଲେ । ତେବେ ଜାଣନ୍ତୁ କେଉଁ ଟ୍ରାଫିକ ନିୟମ ଭାଙ୍ଗିଲେ ଆପଣଙ୍କୁ ଦେବାକୁ ପଡିବ ଜରିମାନା ।