ଆଜି ମାତୃଭାଷା ଦିବସ

ଭୁବନେଶ୍ୱର: ଆଜି ମାତୃଭାଷା ଦିବସ । ସରକାରୀ, ବେସରକାରୀ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ସବୁଠି ଓଡ଼ିଆ ଫଳକ ଲାଗିବ। ସରକାରୀ ଅଧିକାରୀମାନେ ବି ଫାଇଲ୍‌ପତ୍ର ଓଡ଼ିଆରେ ଲେଖିବେ। ଏହି ନିୟମକୁ ଉଲ୍ଲଙ୍ଘନ କଲେ, ଅପରାଧ ଭାବେ ଧରାଯିବ। ସେହି ଅନୁଯାୟୀ ଜରିମାନା ଆଦାୟ କରାଯିବ ନିୟମ ଲାଗୁ ହୋଇଥିଲା । ନିୟମ ଲାଗୁ ହୋଇଥିଲେ ବି ଏହା ଏଯାବତ୍ କାର୍ଯ୍ୟକାରୀ ହେଉନି ।