ଦୁଇ ଶିଶୁପୁତ୍ରଙ୍କୁ ହତ୍ୟା କରି ଆତ୍ମହତ୍ୟା କଲେ ମାଆ

କଳାହାଣ୍ଡି: ସ୍ୱାମୀଙ୍କ ଅନୁପସ୍ଥିତିରେ ଜଣେ ମହିଳା ନିଜର ଦୁଇ ଶିଶୁପୁତ୍ରଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଛନ୍ତି।ସୋମବାର ଭୋର୍‌ ପ୍ରାୟ ୫ଟା ବେଳେ ଦୁଃଖଦାୟକ ଘଟଣାଟି ଘଟିଛି ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସିଂଝରଣ ଗ୍ରାମରେ। ମାଆ ବିମଳା ମାଝୀ...

କଳାହାଣ୍ଡି: ସ୍ୱାମୀଙ୍କ ଅନୁପସ୍ଥିତିରେ ଜଣେ ମହିଳା ନିଜର ଦୁଇ ଶିଶୁପୁତ୍ରଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଛନ୍ତି।ସୋମବାର ଭୋର୍‌ ପ୍ରାୟ ୫ଟା ବେଳେ ଦୁଃଖଦାୟକ ଘଟଣାଟି ଘଟିଛି ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସିଂଝରଣ ଗ୍ରାମରେ। ମାଆ ବିମଳା ମାଝୀ ଦୁଇ ପୁଅ- ୬ ବର୍ଷିୟ ଦୁଷ୍ମନ୍ତ ଏବଂ ୪ ମାସର ରବୀନ୍ଦ୍ରଙ୍କର ତଣ୍ଟିକାଟି ହତ୍ୟା କରିବା ପରେ ରେଳଗାଡ଼ି ତଳେ ଆତ୍ମହତ୍ୟା କରିଛନ୍ତି।

ସକାଳୁ ଗ୍ରାମର କେତେକ ଲୋକ ଶୌଚ ହେବା ନିମନ୍ତେ ଗାଁ ପାଖ ଦେଇ ପଡ଼ିଥିବା ରେଳଧାରଣା ଅଞ୍ଚଳକୁ ଯାଇଥିଲେ। ସେଠାରେ ବିମଳାଙ୍କ ଶବ ପଡ଼ିଥିବା ଦେଖିବା ପରେ ତାଙ୍କ ଘରକୁ ଆସି ପିଲା ଦୁଇଜଣଙ୍କୁ ହତ୍ୟା କରାଯାଇଥିବା ଦେଖିଥିଲେ। କିନ୍ତୁ, ପରିବାର ଲୋକେ ଏହାକୁ ହତ୍ୟାକାଣ୍ଡ ବୋଲି ସନ୍ଦେହ କରୁଛନ୍ତି। ଭବାନୀପାଟଣା ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Spread the love
Categories
କ୍ରାଇମ

RELATED BY

  • ଗୁଣିଗାରେଡି ସନ୍ଦେହରେ ହତ୍ୟା

    ମୋହନା : ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ପୁଣି ଗଡ଼ିଲା ମୁଣ୍ଡ। ଗୁଣିଗାରେଡ଼ି ସନ୍ଦେହରେ ଅତି ନିର୍ମମ ଭାବେ ଜଣେ ବୃଦ୍ଧଙ୍କ ମୁଣ୍ଡକୁ ଅଲଗା କରି ଦିଆଯାଇଛି। ଏପରି ନୃଶଂସ କାଣ୍ଡ ଗଜପତି ଜିଲ୍ଲା ମୋହନା ଥାନା ଭାଲିଆସାହି ଗାଁରେ ଗତ...
  • ବଡ଼ଭାଇଙ୍କ ଟାଙ୍ଗିଆ ଚୋଟରେ ସାନଭାଇ ମୃତ

    ହରିଚନ୍ଦନପୁର: ମଙ୍ଗଳବାର ସନ୍ଧ୍ୟା ବେଳେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ଅନ୍ତର୍ଗତ ରେବଣା ଗ୍ରାମରେ ଘର ତିଆରି କଥାରେ ଜଣେ ବଡ଼ଭାଇ ତା’ର ସାନଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି।ଟାଙ୍ଗିଆ ଚୋଟରେ ନିହତ ସାନଭାଇ ହେଉଛି ୧୬ ବର୍ଷିୟ କରମା...
  • ଭଣଜା ଟାଙ୍ଗିଆ ଚୋଟରେ ମାଇଁ ମୃତ

    ଆନନ୍ଦପୁର: ଗୁଣି ଗାରେଡ଼ି ସନ୍ଦେହରେ ପୁଣି ଗଡ଼ିଛି ମୁଣ୍ଡ। ଏଥର ଏପରି ନୃଶଂସ କାଣ୍ଡ ଘଟିଛି କେନ୍ଦୁଝର ଜିଲ୍ଲାରେ। ଆନନ୍ଦପୁର ବ୍ଲକ୍‌ କନ୍ତଳା ଗାଁରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇଥିବା ଭଣଜାର ଟାଙ୍ଗିଆ ଚୋଟରେ ମାଇଁର ମୃତ୍ୟୁ ଘଟିଛି। ମୃତା ମହିଳା ହେଲେ...
  • ୪ ଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ; ୨ ମୃତ, ୨ ଗୁରୁତର

    ସମ୍ବଲପୁର:ସମ୍ବଲପୁର ଜିଲ୍ଲା ଯୁଯୁମରା ଥାନା ଅନ୍ତର୍ଗତ ଭଣ୍ଡାରୀମାଳ ଗାଁରେ ହୋଇଛି ଦୁଇ ଦୁଇଟି ହତ୍ୟାକାଣ୍ଡ । ଗାଁରେ ଚାରି ଜଣ ଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ହଣାଯାଇଛି । ଏଥିରେ ଦୁଇ ଭାଇଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଦୁଇ ଭାଇ ଆହତ...