ନିଜ ଜନ୍ମକଲା ଝିଅକୁ ହତ୍ୟା କଲା ମା’

ବଲାଙ୍ଗୀର: ନିଜ ଜନ୍ମକଲା ଝିଅକୁ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ତେବେ ଏଭଳି ଘଟଣା ଘଟିଛି ବଲାଙ୍ଗୀରରେ । ଠିକାଦାର ପଡ଼ାର ପ୍ରସନ୍ନ ବାଗଙ୍କ ତିନି ବର୍ଷର ଝିଅ ସୌମ୍ୟାର ମୃତ ଦେହ ଆଜି ସକାଳୁ ନିକଟସ୍ଥ ପୋଖରୀରୁ ଉଦ୍ଧାର କରାଯାଇଥିଲା । ଗତ କାଲି ରାତିରୁ ସୌମ୍ୟା ନିଖୋଜ ଥିଲା।

ଆଜି ସକାଳୁ ତାଲପାଲି ପଡ଼ା ପୋଖରୀକୁ ଗାଧୋଇ ଯାଇଥିବା ବେଳେ ଲୋକେ ଛୋଟ ଝିର ଶବ ଭାସୁଥିବା ଦେଖିବାକୁ ପାଇଥିଲେ । ମୃତ ଝିଅର ମୁହଁରୁ ରକ୍ତ ବାହାରୁଥିଲା। ପ୍ରସନ୍ନ ନିଜେ ଝିଅର ଶବକୁ ଧରି ଥାନାକୁ ପହଂଚିଥିଲେ । ଏହା ସହିତ ନିଜର ସ୍ତ୍ରୀ ସତ୍ୟା ବାଗ ହିଁ ସୌମ୍ୟାକୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପ୍ରସନ୍ନ । ଗତ ୨୧ ତାରିଖରୁ ପ୍ରସନ୍ନଙ୍କ ସ୍ତ୍ରୀ ସତ୍ୟା ପରକୀୟା ପ୍ରୀତି କରି ଅନ୍ୟ ଜଣେ ବ୍ୟକ୍ତିଙ୍କସହ ଘରୁ ଫେରାର ହୋଇଥିଲେ। ଘରେ ଦୁଇଟି ଝିଅ ରହିଯାଇଥିଲେ । ଗତକାଲି ସନ୍ଧ୍ୟାରେ ସତ୍ୟା ନିଜର ସାନ ଝିଅ ସୌମ୍ୟାକୁ ସାଙ୍ଗରେ ନେଇଯାଇଥିଲେ।

ତେଣୁ ସେ ଏବଂ ତାଙ୍କର ପ୍ରେମିକ ସୌମ୍ୟାକୁ ହତ୍ୟା କରିଛନ୍ତି ବୋଲି ପ୍ରସନ୍ନ ବଲାଙ୍ଗୀର ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଏହାପରେ ପୁଲିସ ପ୍ରସନ୍ନଙ୍କର ସ୍ତ୍ରୀ ସତ୍ୟାଙ୍କୁ ବଲାଙ୍ଗୀର ଟାଉନ ଥାନାରେ ଅଟକ ରଖି ଅଧିକ ପଚରା ଉଚୁରା ଜାରି ରଖିଛି । ଏହି ଘଟଣା ବଲାଙ୍ଗୀର ସହରରେ ଚାଂଚଲ୍ୟ ଖେଳାଇ ଦେଇଛି।