ଶାରୀରିକ ସଂପର୍କ ରଖୁଥିବା ନିଜ ପୁରୁଷ ବନ୍ଧୁଙ୍କ ସହ ମା ନିଜ ନାବାଳିକା ଝିଅକୁ ଜବରଦସ୍ତ ବାହାଦେଲା, ତାପରେ କଣ ହେଲା..
ଚେନ୍ନାଇ : ମା ନିଜ ନାବାଳିକା ଝିଙ୍କୁ ନିଜ ପୁରୁଷ ବନ୍ଧୁଙ୍କ ସହ ଜୋର ଜବରଦସ୍ତ ବାହା ଦେଇଛି । ତାହା ପୁଣି ନିଜେ ଯେଉଁ, ପୁରୁଷ ବନ୍ଧୁଙ୍କ ସହ ଅନୈତିକ ଶାରୀରିକ ସଂପର୍କ ରଖୁଥିଲେ ତାଙ୍କ ସହ । କଥାଟା ଅଡୁଆ ଲାଗୁଥିଲେ ବି ସତ । ଏମିତି ଏକ ଘଟଣା ଅଭିଯୋଗ ହୋଇଛି ଚେନ୍ନାଇରେ । ଘଟଣା ଜଣା ପଡିବା ପରେ ଚାଇଲଡ୍ ହେଲ୍ପ ଲାଇନ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଶୁକ୍ରବାର ଚାଇଲ୍ଡ଼୍ ଲାଇନ୍ କୁ ଏକ ଫୋନ କଲ ଆସିଥିଲା । ଫୋନ କରିଥିବା ଲୋକ ନିଜ ନାଁ ନ ଜଣାଇ ଜଣେ ନାବଳିକା ଝିଅକୁ ୪ଜଣ ପୁରୁଷ ଏବଂ ଜଣେ ମହିଳା ବନ୍ଦୀ କରି ରଖିଥିବା ଜଣାଇଥିଲେ । ଅଭିଯୋଗ ପାଇବା ପରେ ଚାଇଲ୍ଡ଼୍ ଲାଇନ୍ ହେଲ୍ପ୍ଲାଇନ୍ର ଅଧିକାରୀମାନେ ସେଠାରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରିଥିଲେ ।
ପଚରାଉଚରା ପରେ ନାବଳିକା ଯାହା ଜଣାଇଥିଲେ , ବାପାଙ୍କ ମୃତ୍ୟୁ ପରେ ମା’ ରାଜଶେଖର ନାମକ ଯୁବକଙ୍କ ସହ ଅନୈତିକ ସଂପର୍କ ରଖିଥିଲେ । ସେ ଯାହାଙ୍କ ସହ ଶାରୀରିକ ସଂପର୍କ ରଖୁଥିଲେ ତାଙ୍କ ସହ ସେ ମୋତେ ବିବାହ କରିବା ପାଇଁ ବାଧ୍ୟ କରିଥିଲେ । ମୋର ବିବାହ ନିଜ ପ୍ରେମିକଙ୍କ ସହ ଜୋର ଜବରଦସ୍ତ କରାଇଥିଲେ ।
କିନ୍ତୁ ମା’ଙ୍କ ସହ ଶାରୀରିକ ସଂପର୍କ ରଖି ମଧ୍ୟ ସେ ମୋତେ ବିବାହ କରିବାକୁ ଇଚ୍ଛା ଜାହିର କରିଥିଲେ । ଏ ନେଇ ସେ ଅଧିକ ଆର୍ଥିକ ସହାୟତା ଦେବା ସହ ବିବାହ ପରେ ମଧ୍ୟ ମୋ ମା’ଙ୍କ ସହ ଶରୀରିକ ସଂପର୍କ ରଖିବ ବୋଲି ପ୍ରତିଶ୍ରୁତି ଦେବାରୁ ମା’ ମୋତେ କିଛି ନ ଜଣାଇ ରାଜଶେଖରଙ୍କ ସହ ବାହା କରିବା ପାଇଁ ରାଜି ହୋଇ ଯାଇଥିଲେ । ମୁଁ ମନା କରିବାରୁ ମୋର ଅପହରଣ କରି ୩ଦିନ ରଖିବା ପରେ ରାଜଶେଖରଙ୍କ ସହ ମୋ ବିବାହ ହୋଇଥିଲା । ବିବାହ ପରେ ୨୦ଦିନ ପର୍ୟ୍ୟନ୍ତ ମୋ ସହ ଦୁଷ୍କର୍ମ ହୋଇଥିଲା ବୋଲି ପୀଡ଼ିତା ଚାଇଲ୍ଡ଼୍ ଲାଇନ୍ ହେଲ୍ପ୍ଲାଇନ୍ର ଅଧିକାରୀଙ୍କୁ ଜଣାଇଥିଲେ । ଏ ନେଇ ପୀଡ଼ିତାଙ୍କ ମା’ ଏବଂ ତାଙ୍କ ସ୍ୱାମୀଙ୍କ ବିରୋଧରେ ମାମଲା ଋଜୁ କରାଯାଇଥିବା ଜଣା ପଡ଼ିଛି ।