ଗାଈ କ୍ଷୀର ମୂଲ୍ୟ ୨ ଟଙ୍କା ବଢ଼ାଇଲା ମଦର ଡାଏରୀ

ନୂଆଦିଲ୍ଲୀ: ମଦର ଡାଏରୀ ଦିଲ୍ଲୀ ଓ ଏନସିଆରରେ କ୍ଷୀର ଲିଟର ପିଛା ୪୪ଟଙ୍କା କରିଛି । ଅଧଲିଟର କ୍ଷୀର ମୂଲ୍ୟ ୨୩ଟଙ୍କା । ନୂତନ ଦର ଶୁକ୍ରବାର ଠାରୁ ଲାଗୁ କରି ଦିଆଯାଇଛି । କଂପାନୀ କହିଛି ଯେ, ଚାଷୀଙ୍କୁ କଞ୍ଚା କ୍ଷୀର କିଣିବାକୁ ଆର୍ଥିକ ରାଶି ଜମା କରବାକୁ ପଡୁଛି । ଏହି କାରଣରୁ ଗାଈ କ୍ଷୀର ଦର ବୃଦ୍ଧି କରାଯାଇଛି । ମାତ୍ର କମ୍ପାନୀ ଅନ୍ୟ କୌଣସି କ୍ଷୀର ଦର ବୃଦ୍ଧି କରି ନାହିଁ ।

ମଦର ଡାଏରୀ ମୁଖପାତ୍ର କହିଛନ୍ତି, ଗତ ୨ ରୁ ୩ ମାସ ମଧ୍ୟରେ ଗାଈର କଞ୍ଚା କ୍ଷୀର କିଣିବାକୁ ୨ଟଙ୍କା ୫୦ ପଇସାରୁ ୩ଟଙ୍କା ଯାଏଁ ଲିଟର ପିଛା ଦେବାକୁ ପଡୁଛି । ଏହି କାରଣରୁ କ୍ଷୀର ଦର ବଢ଼ାଯାଇଥିବା ପ୍ରବକ୍ତା କହିଛନ୍ତି । ସେ କହିଛନ୍ତି, ସେପ୍ଟେମ୍ବର ୬ରୁ ଗାଈ କ୍ଷୀର ଲିଟର ପ୍ରତି ୨୩ ଟଙ୍କା ଓ ୧ଲିଟର ପ୍ୟାକ ୪୪ ଟଙ୍କା କରି ଦିଆଯିବ । କୁହାଯାଉଛି ଯେ, ମଦର ଡାଏରୀ କ୍ଷୀର ଦର ବୃଦ୍ଧି କରିବା ପରେ ଅମୂଲ ଓ ପରାଗ ଭଳି କମ୍ପାନୀମାନେ ମଧ୍ୟ କ୍ଷୀର ଦର ବୃଦ୍ଧି କରିପାରନ୍ତି । ମଦର ଡାଏରୀ ଦ୍ୱାରା ଦିଲ୍ଲୀ-ଏନସିଆରରେ ଦିନକୁ ୩୦ ଲକ୍ଷ ଲିଟର ଯୋଗାଇ ଦିଆଯାଇଥାଏ । ଏଥିରେ ୮ ଲକ୍ଷ ଲିଟର ଗାଈ କ୍ଷୀର । ଗତ ମେ’ ମାସରେ କମ୍ପାନୀ ୨ ଟଙ୍କା କ୍ଷୀର ଲିଟର ବୃଦ୍ଧି କରିଥିଲା ।