ପୁଅର ମୃତ୍ୟୁ ଦେଖି ଟଳିପଡିଲେ ମା’

ନୀଳଗିରି : ଆଖି ଆଗରେ ପୁଅର ମୃତ୍ୟୁ ଦେଖି ଟଳିପଡ଼ିଲେ ମା’ । ଏଭଳି ଅଭାବନୀୟ ଘଟଣା ଘଟିଛି, ବାଳେଶ୍ୱର ଜିଲ୍ଲା ବରହମପୁର ଥାନା ବାଲିଚୁଆ ଗାଁ’ରେ ।  ସୂଚନା ଅନୁଯାୟୀ, କିଡୀନ୍ ରୋଗରେ ପୀଡ଼ିତ ଥିଲେ ୨୫ବର୍ଷୀୟ ପୁଅ । ଅର୍ଥଅଭାବରୁ ଚିକିତ୍ସା ହୋଇପାରୁ ନଥିଲା । ଘରେ ଗତକାଲି ବିଳମ୍ବିତ ରାତିରେ ପୁଅର ମୃତ୍ୟୁ ହୋଇଥିଲା । ପୁଅର ମୃତ୍ୟୁରେ ମ୍ରିୟମାଣ ହୋଇ ଘଟଣାସ୍ଥଳରେ ମା’ ଟଳିପଡ଼ିଲେ । ଏ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।