ପଞ୍ଚାୟତରାଜ ବିଭାଗର କଡା ଆଭିମୁଖ୍ୟ, ମୋ ସରକାର ଲାଗୁ ହେବାର ୨୪ ଘଣ୍ଟାରେ ଗଡିଲା ୩ ମୁଣ୍ଡ

ଅନିୟମିତତା ଅଭିଯୋଗରେ ଜଣେ ବିଡିଓ ଓ ଦୁଇ ସରପଞ୍ଚ ନିଲମ୍ବିତ

ଭୁବନେଶ୍ବର : ପଞ୍ଚାୟତିରାଜ ବିଭାଗରେ ମୋ ସରକାର ଲାଗୁହେବ ପ୍ରଥମ ଦିନରେ ପ୍ରଥମ ଛାଟ ପଡିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ ରେ ଜଣେ ବିଡିଓ ଓ ଦୁଇ ଜଣ ସରପଞ୍ଚଙ୍କୁ ନିଲମ୍ବିତ କରାଯାଇଛି । ଆବାସ ଯୋଜନା ଅନୀୟମିତତା ଅଭିଯୋଗରେ ବୌଦ୍ଧ ହାରଭଙ୍ଗା ବ୍ଲକର ବିଡ଼ିଓ ରବୀନ୍ଦ୍ର ଶତପଥୀଙ୍କୁ ନିଲମ୍ବନ କରାଯାଇଛି । ସେହିପରି  ଆର୍ଥିକ ଅନିୟମିତତା ଆଧାରରେ ବାଲେଶ୍ବର  ସୋର ବ୍ଳକ କେଦାରପୁର ପଂଚୟତର ସରପଞ୍ଚ ଅଭିମନ୍ୟୁ ଜେନା  ଓ ଗଞ୍ଜାମ ଦିଗପହଣ୍ଡି ବ୍ଳକର ଆଙ୍କରୋଡା ପଂଚାୟତ ସରପଞ୍ଚ ଉଷାନ୍ତ ସାହୁଙ୍କୁ ନିଲମ୍ବିତ ହୋଇଥିବା ପଞ୍ଚାୟତ ରାଜ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।ଡିସେମ୍ବର ୧ରୁ ୫ ବିଭାଗରେ ମୋ ସରକାର ଲାଗୁ ହୋଇଛି । ପଞ୍ଚାୟତରାଜ ବିଭାଗର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ପାନୀୟ ଜଳ ଯୋଗାଣ ବିଭାଗରେ ପିଇବାପାଣି ଯୋଗାଣକୁ ମୋ ସରକାରରେ ଅନ୍ତଭୁକ୍ତ କରାଯାଇଛି । ଏହି ଯୋଜନାରେ ଲୋକେ କିପରି ସେବା ପାଉଛନ୍ତି ସେନେଇ ବିଭାଗୀୟ ଅଧିକାରୀ ଓ ମନ୍ତ୍ରୀ ଲୋକଙ୍କ ସହ କଥା ହେବେ ଯେଉଁଠି ଅଭିଯୋଗ ଆସିବ ସେମାନଙ୍କ ବିରୋଧେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପଞ୍ଚାୟତି ରାଜମନ୍ତ୍ରୀ କହିଛନ୍ତି । ସେହିଭଳି ମହିଳା ଓ ଶିଶୁ ବିକାଶ ବିଭାଗର ମମତା ଯୋଜନା ବି ମୋସରକାରରେ ସାମିଲ ହୋଇଛି । ଆଜି ଏନେଇ ସମୀକ୍ଷା ବୌଠକ ବସିଥିଲା । ପ୍ରତ୍ୟୋକ ଦିନ ୧୦ ଜଣ ହିତାଧିକାରୀଙ୍କ ସହ ବିଭାଗୀୟ ଅଧିକାରୀ କଥା ହେବେ ବୋଲି ମନ୍ତ୍ରୀ କହିଛନ୍ତି । ଦ୍ବିତୀୟ ପର୍ଯ୍ୟାୟରେ ଏହି ଦୁଇ ବିଭାଗକୁ ମିଶାଇ ସରକାର ୬ ବିଭାଗର ୮ ଯୋଜନାକୁ ମୋ ସରକାରରେ ସାମିଲ କରିଛନ୍ତି । ପରିବହନ ବିଭାଗର ସାରଥି ଓ ବାହନ ଆପ୍ ।  ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗର ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା,ଚାଷୀ ପଞ୍ଜିକରଣ, କୃଷି ବିଭାଗର କାଳିଆ ଯୋଜନା ବି   ମୋ ସରକାର ଅଧୀନକୁ ଆସିଛି।