ଏପ୍ରିଲ ୨ରୁ ସକାଳୁଆ ସ୍କୁଲ, ମେ ୬ରୁ ଖରାଛୁଟି,୬ଟା୩୦ରୁ ୧୦ଟା ୩୦ ପାଠ ପଢା


ଭୁବନେଶ୍ବର : ଏପ୍ରିଲ ୨ରୁ ସକାଳୁଆ ସ୍କୁଲ । ରାଜ୍ୟର ଭଭୟ ସରକାରୀ ଓ ବେସକାରୀ ସ୍କୁଲରେ ଲାଗୁ ହେବ ସକାଳୁଆ ସ୍କୁଲ । ଗ୍ରୀଷ୍ଣ ପ୍ରବାହକୁ ଆଖିରେ ରଖି ରାଜ୍ୟ ସରକାର ଆଜି ଏହି ନିର୍ଦେଶ ନାମା ଜାରି କରିଛନ୍ତି । ସକାଳ ୬ଟା ୩୦ରୁ ଦିନ ୧୦ ୩୦ଯାଏ ସ୍କୁଲ ଚାଲିବ । ସକାଳ ୧୦ରେ ଛାତ୍ର ଛାତ୍ରୀ ମାନଙ୍କୁ ମଧ୍ୟାନ ଭୋଜନ ଦେବାକୁ ସ୍କୁଲ ଗୁଡିକ ନିର୍ଦେଶ ଦେଇଛନ୍ତି ଗଣଶିକ୍ଷା ବିଭାଗ । ମେ ୬ରୁ ସ୍କୁଲ ଗୁଡିକରେ ଖରାଛୁଟି ଆରମ୍ଭ ହେବ । ଏଥପାଇଁ ମାର୍ଚ ମାସ ଅର୍ଥାତ ଚଳିତ ମାସ ୩୦ ତାରିଖ ସୁଦ୍ଧା ପରୀକ୍ଷା ସାରିବାକୁ କୁହାଯାଇଛି । ଏପ୍ରିଲ ୨ରେ ପ୍ରବେଶ ଉତ୍ସବ ପାଳନ କରିବା ସହ ଏପ୍ରିଲ ୩ରୁ ସ୍କୁଲରେ ନୂଆ ଶିକ୍ଷା ବର୍ଷ ଆରମ୍ଭ କରିବାକୁ ନିର୍ଦେଶ ନାମା ଜାରି ହୋଇଛି । ଏଥି ସହିତ ସ୍କୁଲରେ ପିଇବା ପାଣି ବ୍ୟବସ୍ଥା କରିବାକୁ ନିର୍ଦେଶ ଦେଇଛନ୍ତି ସରକାର । ସରକାରଙ୍କ ନିର୍ଦେଶ ଯଏପରି କାର୍ଯ୍ୟକାରୀ ହୁଏ ସେଥିଲାଗି ଗଣଶିକ୍ଷା ବିଭାଗ ଚିଠି ଲେଖିଛି ।