ଏପ୍ରିଲ ୨ ତାରିଖରୁ ସକାଳୁଆ ସ୍କୁଲ

ସକାଳ ୭ଟାରୁ ପୂର୍ବାହ୍ନ ୧୧ ଟା ୩୦ ଯାଏ ସ୍କୁଲ ଚାଲିବ

ଏପ୍ରିଲ ୨ ତାରିଖରୁ ହେବ ସକାଳୁଆ ସ୍କୁଲ । ବଢ଼ୁଥିବା ଖରାକୁ ଦୃଷ୍ଟିରେ ରଖି ସରକାର ଏପରି ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ସବୁ ସ୍କୁଲ ହେବ ସକାଳୁଆ । ସକାଳ ୭ଟାରୁ ପୂର୍ବାହ୍ନ ୧୧ ଟା ୩୦ ଯାଏ ସ୍କୁଲ ଚାଲିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

ଓଡ଼ିଶାରେ ତାପମାତ୍ରା ବଢ଼ିବ ବୋଲି ପୂର୍ବରୁ ପାଣିପାଗ ବିଭାଗ ସତର୍କ କରାଇଥିଲା । ଏବେ ଅଧିକାଂଶ ସହରରେ ତାପମାତ୍ରା ୪୦ ଡିଗ୍ରୀକୁ ଛୁଇଁଥିବା ବେଳେ ଆଗକୁ ଏହା ଆହୁରି ବୃଦ୍ଧି ପାଇବ ବୋଲି କହିଛି ପାଣିପାଗ ବିଭାଗ । ଏହାକୁ ଦୃଷ୍ଟିରେ ରଖି ସରକାର ସକାଳୁଆ ସ୍କୁଲ ନିର୍ଦ୍ଦେଶ ନାମା ଜାରି କରିଛନ୍ତି ।