ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦କୋଭାକ୍ସିନ୍ ଟିକା

ଭୁବନେଶ୍ବର : ରାଜଧାନୀରେ ପହଞ୍ଚିଲା ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା । କେବଳ ଭୁବନେଶ୍ବରବାସିନ୍ଦାଙ୍କୁ କୋଭାକ୍ସିନ୍ ଟିକା ଦିଆଯିବ । ରାଜ୍ୟର ଅନ୍ୟ ସ୍ଥାନରେ କୋଭିସିଲ୍ଡ ଟିକା ଦିଆଯିବ । ଜଣଙ୍କୁ ଗୋଟିଏ କମ୍ପାନୀର ଟିକା ଦିଆଯିବ । ଟିକା ନେବାର ୨୮ ଦିନ ପରେ ମଧ୍ୟ ସେହି ଟିକା ଦିଆଯିବ। ନଚେତ୍ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଉପରେ ପ୍ରଭାବ ପଡିବ । ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ବିଜୟ କୁମାର ପାଣିଗ୍ରାହୀ ।
ସେ କହିଛନ୍ତି ରାଜ୍ୟରେ ଟିକାକରଣ ସଫଳ ଭାବେ ଚାଲିଛି । ସର୍ବ ଭାରତୀୟସ୍ତରରେ ରାଜ୍ୟ ଭଲ ପ୍ରଦର୍ଶନ କରୁଛି । ଟିକାକରଣରେ ଓଡିଶା ତୃତୀୟ ସ୍ଥାନରେ ରହିଛି । ଆଗକୁ ଆହୁରି ଭଲରେ ଟିକାରକରଣ କରାଯିବ । ସମସ୍ତଙ୍କୁ ଟିକାକରଣ କରିବାକୁ ଚେଷ୍ଟା କରାଯିବ ।