ଥାନାଧିକାରୀଙ୍କୁ ମିଳିଲା ଅଧିକ କ୍ଷମତା

ଭୁବନେଶ୍ୱର: ଥାନାଧିକାରୀଙ୍କୁ ମିଳିଲା ଅଧିକ କ୍ଷମତା। ଆଇପିସି ଓ ବିପର୍ଯ୍ୟୟ ପ୍ରଶମନ ଆଇନ-୨୦୦୫ ଅନୁସାରେ ଏହି କ୍ଷମତା ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଲକ୍‌ଡାଉନ ନିୟମ ଉଲ୍ଲଂଘନ କଲେ ଉଲଘଂନକାରୀଙ୍କୁ ଦଣ୍ଡିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହାସହ ବିପର୍ଯ୍ୟୟ ପ୍ରଶମନ ଆଇନ-୨୦୦୫ର ଧାରା ୫୧ରୁ ୬୦ ଏବଂ ଆଇପିସିର ୧୮୮ ଧାରାରେ ଥାନା ଧିକାରୀମାନେ ମାମଲା ରୁଜୁ କରିପାରିବେ ବୋଲି ଗୃହ ବିଭାଗ ପକ୍ଷରୁ ଚିଠିରେ ସ୍ପଷ୍ଟ କରାଯାଇଛି।

ଏହି ଆଇନ ଅନୁସାରେ ସାଧାରଣ ଜନତାଙ୍କ ସହ ବିଭିନ୍ନ ସରକାରୀ ଅଧିକାରୀ ଓ କର୍ମଚାରୀ ବି ଏଥିରେ ସାମିଲ ରହିବେ। କର୍ତବ୍ୟରେ ଅବହେଳା ଓ ଲକ୍‌ଡାଉନ ନିୟମକୁ ଖିଲାପ କଲେ, ସେମାନଙ୍କ ବିରୋଧରେ ବି ମାମଲା ରୁଜୁ କରିପାରିବେ ଥାନାଧିକାରୀ।