ରାଜ୍ୟରେ ସୁସ୍ଥ ହେଲେ ଆଉ ୯୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଗୁରୁବାର ରାଜ୍ୟରେ ଆଉ ୯୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୧୪୪କୁ ବୃଦ୍ଧି ପାଇଛି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି। ଆଜି କଟକରୁ ସର୍ବାଧିକ ୧୭ , ଖୋର୍ଦ୍ଧାରୁ ୧୬ ଜଣ, ଗଂଜାମରୁ ୧୬ ଜଣ, କନ୍ଧମାଳରୁ ୧୪ ଜଣ, ମୟୂରଭଂଜରୁ ୯ ଜଣ, ଯାଜପୁରରୁ ୭ ଜଣ, ପୁରୀରୁ ୫ ଜଣ, ନୟାଗଡରୁ ୪ଜଣ, କେନ୍ଦ୍ରାପଡାରୁ ୩ଜଣ, ବରଗଡ଼ ଓ କେନ୍ଦୁଝରରୁ ୨ଜଣ ଲେଖାଏ ସୁସ୍ଥ ହୋଇଥିବାବେଳେ ଢେଙ୍କାନାଳ ଓ ସୁନ୍ଦରଗଡରୁ ଜଣେ ଲେଖାଏ ସୁସ୍ଥ ହୋଇଛନ୍ତି ।