ଆଉ ୮୦ କରୋନା ପଜିଟିଭ ଚିହ୍ନଟ ; ୨ ନୂଆ ଜିଲ୍ଲାକୁ ଛୁଇଁଲା

ଭୁବନେଶ୍ୱର : ରାଜ୍ୟରେ ପୁଣି ୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଡ଼େଇଁଲା ୨ ନୂଆ ଜିଲ୍ଲାକୁ । ନବରଙ୍ଗପୁର ଓ ଗଜପତି ଜିଲ୍ଲାକୁ ଛୁଇଁଲା କରୋନା । ରାଜ୍ୟରେ ମୋଟ ୨୬ଟି ଜିଲ୍ଲାକୁ ବ୍ୟାପିଲାଣି କରୋନା । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ଦିଆଯାଇଛି ।

ଆଜି ଚିହ୍ନଟ ହୋଇଥିବା ୮୦ଟି କେସ୍ ୧୩ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ନବରଙ୍ଗପୁରରୁ ଜଣେ ଚିହ୍ନଟ ହୋଇଥିବାବେଳେ ଗଜପତିରୁ ୪ଜଣ ଚିହ୍ନଟ ହୋଇଛନ୍ତି । ଏହାଛଡ଼ା ଗଞ୍ଜାମରୁ ସର୍ବାଧିକ ୧୯ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁରରୁ ୧୪ , ବାଲେଶ୍ୱରରୁ ୩ , ପୁରୀରୁ ୧୭ , କଟକରୁ ୧ , ସୁନ୍ଦରଗଡ଼ ୫, ନୟାଗଡ଼ ୫ , ବଲାଙ୍ଗୀରରୁ ଜଣେ, ମାଲକାନଗିରିରୁ ୫ଜଣ, କନ୍ଧମାଳରୁ୨ ଜଣ ଓ ଝାରସୁଗୁଡ଼ାରୁ ୩ଜଣ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୭୧ ଜଣ କ୍ୱାରେନଟାଇନ ସେଂଟରରୁ ହୋଇଥିବା ବେଳେ ୨ଜଣ ହୋମ କ୍ୱାରେନଟାଇନ ଓ ୨ ଜଣ ସ୍ଥାନୀୟ ଅଚଂଳର ବୋଲି ଜଣା ପଡ଼ିଛି ।