ପୁଣି ୭୪ ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୭୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଏମାନଙ୍କ ମଧ୍ୟରୁ ୭୨ଜଣ ସଙ୍ଗରୋଧ କେନ୍ଦ୍ରରେ ଥିବାର ସୂଚନା ମିଳିଛି।

ଆଜି ବୌଦ୍ଧ ଜିଲ୍ଲାରୁ ସର୍ବାଧିକ ୨୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଠିକ୍ ସେହିପରି ଗଞ୍ଜାମ ଜିଲ୍ଲାରୁ ୬ ଓ ବାଲେଶ୍ୱର ଜିଲ୍ଲାରୁ ୬ ଓ ବାଲେଶ୍ବରରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏହାଛଡ଼ା ଯାଜପୁର ଜିଲ୍ଲାରୁ ୬, ପୁରୀରୁ ୧୧, ଭଦ୍ରକରୁ ୬ , ଖୋର୍ଦ୍ଧା ଜିଲ୍ଲାରୁ ୭, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨,ଢେଙ୍କାନାଳରୁ ଜଣେ, କନ୍ଧମାଳରୁ ଜଣେ ଓ କଟକ ଜିଲ୍ଲାରୁ ୯ ଜଣ ନୂଆ ଆକ୍ରାନ୍ତ ଠାବ ହୋଇଥିବା ଜଣାଯାଇଛି। ସବୁଠୁ ବଡ଼ କଥା ଆଜି ମାଲକାନଗିରି ଜିଲ୍ଲାକୁ ଛୁଇଁଛି କରୋନା। ଏହି ଜିଲ୍ଲାରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି।