ପୁଣି ୭୩ ଜଣ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୧୧କୁ ବୃଦ୍ଧି

ଭୁବନେଶ୍ୱର : ରାଜ୍ୟରେ ଆଜି ସକାଳେ ୭୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧୧କୁ ଛୁଇଁଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଆଜିର ଏହି ୭୩ଜଣ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୩, ଯାଜପୁରରୁ ୧୭, ଗଞ୍ଜାମରୁ ୪୩, ସୁନ୍ଦରଗଡ଼ ୨, ଭଦ୍ରକରୁ ୯ । ଖୋର୍ଦ୍ଧାର ୩ଜଣ ସମସ୍ତେ ସୁରତ ଫେରନ୍ତା ଓ ସେମାନେ ସମସ୍ତେ କ୍ୱାରେନଂଟାଇନ୍ ‌ରେ ଅଛନ୍ତି । ସେହିପରି ଗଞ୍ଜାମରେ ୪୩ଜଣ ଯାଙ୍କ ସୁତ ଫେରନ୍ତା ଓ କ୍ୱାରେନଂଟାଇନ୍ ‌ରେ ସେଂଟରରେ ଅଛନ୍ତି । ଯାଜପୁରର ୧୭ଜଣ ସମସ୍ତେ ହେଉଛନ୍ତି ପଶ୍ଚିମବଙ୍ଗ ଫେରନ୍ତା ଓ ସେମାନେ ବି କ୍ୱାରେନଂଟାଇନ୍ ସେଂଟରରେ ଅଛନ୍ତି । ସୁନ୍ଦରଗଡ଼ରୁ ୨ଜଣ କଂଟେନମେଂଟ ଜୋନ୍ ଅଚଂଳର । ଭଦ୍ରକର ୯ଜଣ କ୍ୱାରେନଂଟାଇନ୍ ସେଂଟରରେ ଅଛନ୍ତି । ସେମାନଙ୍କ ଭିତରୁ ୫ଜଣ ସୁରତ ଫେରନ୍ତା । ୩ଜଣ ପଶ୍ଚିମବଙ୍ଗ ଫେରନ୍ତା ଓ ଜଣେ କର୍ଣ୍ଣାଟକ ଫେରନ୍ତା । ସୁନ୍ଦରଗଡ଼ ଚିହ୍ନଟ ହୋଇଥିବା ୨ଜଣ ଚିହ୍ନଟ ହୋଇଥିବା ଘଟଣା ଚିନ୍ତାର କାରଣ ହୋଇଛି । ଏମାନେ କଂଟେନମେଂଟ ଜୋନ୍ ଅଂଚଳର ଏମାନଙ୍କର ଟ୍ରାଭେଲ୍ ହିଷ୍ଟ୍ରି ନାହିଁ ।