ଭୁବନେଶ୍ୱର : ରାଜ୍ୟରେ ଆଉ ୫୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୩କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ସକାଳେ ୧୧ଟି ଜିଲ୍ଲାରୁ ୫୧ ଜଣ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଗଞ୍ଜାମରୁ ୪, ଯାଜପୁରରୁ ୫, କଟକ ୯, ପୁରୀ ୧, ଜଗତସିଂହପୁର ୨, ନୟାଗଡ଼ ୧୧, ଅନୁଗୁଳ ୨, ମୟୁରଭଞ୍ଜ ୩, କଳାହାଣ୍ଡି ୧୧, ସମ୍ବଲପୁର ୨ ଓ ମାଲକାନଗିରିରୁ ଜଣେ ଚିହ୍ନଟ ହୋଇଛନ୍ତି।