ଭୁବନେଶ୍ୱର: ପୁଣି ରାଜ୍ୟରେ ୫ କରୋନା ଚିହ୍ନଟ ହୋଇଛନ୍ତି । ତେବେ ସମସ୍ତେ ଗଞ୍ଜାମରୁ ବୋଲି ଜଣାପଡିଛି । ଏହାକୁ ମିଶାଇ ମୋଟ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୪ ପହଂଚିଛି । ଆଜି ଗୋଟିଏ ଦିନରେ ଗଂଜାମରୁ ୧୮ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେଁ ସୂଚନା ପ୍ରଦାନ କରାଯାଇଛି ।