ପୁଣି ଭୁବନେଶ୍ୱରରେ ୫ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ଆଜି ଭୁବନେଶ୍ୱର ସହରରୁ ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୫ଜଣଙ୍କ ମଧ୍ୟରୁ ୩ଜଣ ହୋମ୍ କ୍ୱାରେଣ୍ଟାଇନରୁ ଓ ଅନ୍ୟ ୨ ଜଣ ଲୋକାଲ କେସ୍ ବୋଲି ଜଣାପଡ଼ିଛି । ଲୋକାଲ୍ କେସ ଚିହ୍ନଟ ହୋଇଥିବା ଦୁଇ ଜଣ ଆକ୍ରାନ୍ତ ମହିଳା ଅଟନ୍ତି । ଜଣେ ନୟାପଲ୍ଲୀ ବେହେରା ସାହିର ୩୭ ବର୍ଷୀୟା ମହିଳା ହୋଇଥିବା ବେଳେ ଅନ୍ୟଜଣେ ଆକ୍ରାନ୍ତ ଏକ ଘରୋଇ ହସ୍ପିଟାଲର ୨୮ ବର୍ଷୀୟ କର୍ମଚାରୀ ଅଟନ୍ତି । ଭୁବନେଶ୍ୱରରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୭କୁ ପହଞ୍ଚିଛି ବୋଲି ବିଏମସି ତରଫରୁ ସୂଚନା ଦିଆଯାଇଛି ।

ଆଜିର ୫ଟି କେସ ମଧ୍ୟରୁ ଜଣେ ଚିନ୍ତାମଣିଶ୍ୱର ରୁ , ଜଣେ ଖଣ୍ଡଗିରିର କୋଳଥିଆ ଅଞ୍ଚଳରୁ , ଜଣେ ନୟାପଲ୍ଲୀ , ଜଣେ ପଟିଆ ଓ ଅନ୍ୟ ଜଣେ ଏକ ଘରୋଇ ହସ୍ପିଟାଲର କର୍ମଚାରୀ ଅଟନ୍ତି ।ଭୁବନେଶ୍ୱର ଚିନ୍ତାମଣିଶ୍ୱରର ୩୧ ବର୍ଷୀୟ ପୁରୁଷ ଆକ୍ରାନ୍ତ ଦିଲ୍ଲୀରୁ ଫେରିଥିଲେ । ପଟିଆରେ ଚିହ୍ନଟ ହୋଇଥିବା ୪୧ ବର୍ଷୀୟ ପୁରୁଷ ଆକ୍ରାନ୍ତ ସାଉଦି ଆରବିଆରୁ ଫେରିଥିଲେ । ଖଣ୍ଡଗିରି କୋଳଥିଆ ଅଞ୍ଚଳରୁ ଚିହ୍ନଟ ୨୬ ବର୍ଷୀୟ ମହିଳା ପଶ୍ଚିମବଙ୍ଗ ମେଦିନାପୁରରୁ ଫେରିଥିଲେ । ନୟାପଲ୍ଲୀ ବେହେରା ସାହିରୁ ଚିହ୍ନଟ ୩୭ ବର୍ଷୀୟ ମହିଳା ଅନ୍ୟ ଜିଲ୍ଲାରୁ ଭୁବନେଶ୍ୱରକୁ ଫେରିଥିଲେ । ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୭ କୁ ପହଞ୍ଚିଛି । ୭୧ ଜଣ ସୁସ୍ଥ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ ୫୨ ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।